କାଶୀନଗର ଅବକାରୀ ବିଭାଗ ର ଧରପଗଡ଼ ଜଣେ ଗିରଫ : ବିଦେଶୀ ମଦ ଜବତ

0
166
କାଶୀନଗର ଅବକାରୀ ବିଭାଗ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୦୫) : କାଶୀନଗର ଅବକାରୀ ବିଭାଗ ଧରପଗଡ଼ କରୁଥିବା ବେଳେ ଜଣେ ବିଦେଶୀ ମଦ ବିକ୍ରି କରୁଥିବା ଆସାମୀ କାବୁ କରି ପ୍ରଚୁର ପରିମାଣ ର ବିଦେଶୀ ମଦ ଜବତ କରିଥିବା ଜଣା ପଡ଼ିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଗତ କାଲି କୌଣସି ସୂତ୍ରରୁ ଖବର ପାଇ କାଶୀନଗର ଅବକାରୀ ବିଭାଗ ଇନ୍ସପେକ୍ଟର ବିଙ୍ଗରଜ ଯାମି ଏ ଏସ ଆଇ କାହ୍ନୁଚରଣ ବଡ ଦଳେଇ, ପି. ଏନ୍ ଗୌଡ, ଏସ ରାଜେଶ୍ ଏମ୍ ଧର୍ମ ରାଜୁ ଏମାନେ ଚଢ଼ାଉ ରେ ସାମିଲ ହୋଇ ପ୍ରାୟ ୨୮୮ ଲିଟର ବିଦେଶୀ ମଦ ଜବତ କରିଛନ୍ତି ଓ କିନିଗାମ୍ ଗ୍ରାମ ରେ ଥିବା ଆସାମୀ ଙ୍କ ଦୋକାନ ଉପରେ ଚଢ଼ାଉ କରି ଆସାମୀ ଙ୍କୁ ଗିରଫ କରିଛନ୍ତି ।

ଅଭିଯୁକ୍ତ ଏମ୍ ଇଶ୍ଵର ରାଓ ଙ୍କୁ ଗିରଫ କରିଛନ୍ତି । କେସ ନ ୧୬/୨୨ ରେ ମୋକଦ୍ଦମା ରୁଜ୍ଜୁ କରିଥିବା ଜଣା ପଡ଼ିଛି । କାଶୀନଗର ବ୍ଲକ ର ବିଭିନ୍ନ ଗ୍ରାମ ରେ ମଧ୍ୟ ବେଲ୍ଟ ସପ୍ ମାଧ୍ୟମ ରେ ବିଦେଶୀ ମଦ ଉପଲବ୍ଧ ହେଉଛି । ଏହି ଚୋରା ବେପାରୀ ପାରଳାଖେମୁଣ୍ଡି ରୁ ଏହି ମଦ ଆଣି ବିକ୍ରି କରୁଥିବା ସ୍ୱୀକାର କରିଛି ।