Thursday, March 28, 2024

Top 5 This Week

Related Posts

ଟ୍ରାକ୍ଟର ଓଲଟି ଡ୍ରାଇଭର ଙ୍କ ଶୋଚନୀୟ ମୃତ୍ୟୁ : ପୋଲିସ ର ଅଧିକ ତଦନ୍ତ ଆରମ୍ଭ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୦୪/୦୮) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବେଲଗାଁ ରାସ୍ତାରେ ବାଞ୍ଜିଝାଲ ଗ୍ରାମ ମୁଖ୍ୟ ରାଜପଥରେ ସକାଳ ପ୍ରାୟ ୮ଟା ସମୟ ରେ ଟ୍ରାକ୍ଟର ଓଲଟି ଡ୍ରାଇଭର ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ଶ୍ରୀନିବାସ ବଗର୍ତ୍ତି (ବ-୩୪) ତାଙ୍କ ନିଜ ଟ୍ରାକ୍ଟର ଚଳେଇ ଯାଉଥିବା ବେଳେ ଟ୍ରାକ୍ଟର ଓଲଟି ଯାଇଥିଲା । ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ସବ୍ଡିଭିଜନାଲ ଡାକ୍ତରଖାନା କୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏ ନେଇ ଟିଟିଲାଗଡ଼ ଥାନା ଏ ଏସ ଆଇ ଖେମସିଙ୍ଗ ମାଝି ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles