Thursday, March 28, 2024

Top 5 This Week

Related Posts

ବିନିକା ର ପାପକ୍ଷୟ ଘାଟ କୁ ଜିଲ୍ଲାପାଳଙ୍କ ପରିଦର୍ଶନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୨/୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ର ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟ ଘାଟ ଏଣିକି ସ୍ମାର୍ଟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେ ପୀଠ ପରିଦର୍ଶନରେ ଆସି ଏହା ପ୍ରକାଶ କରିଛନ୍ତି ।WhatsApp Image 2022 05 12 at 8.33.43 PM ବିନିକା ର ପାପକ୍ଷୟ ଘାଟ କୁ ଜିଲ୍ଲାପାଳଙ୍କ ପରିଦର୍ଶନ

ଶ୍ରୀମତୀ ଜିଲ୍ଲାପାଳ ବିନିକା ର ପୁଣ୍ୟପୀଠ ପାପକ୍ଷୟ ପୀଠକୁ ଆସି ଏହାର ପରିସରରେ ନିର୍ମାଣାଧୀନ ଜଗନ୍ନାଥ ମନ୍ଦିର, ପାପକ୍ଷୟ ଘାଟ, ବଟବୃକ୍ଷ ଅର୍ଗଲି, ସମ୍ପୂର୍ଣ୍ଣ ପରିସର ବୁଲି ଦେଖିଥିଲେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ଏହି ପୀଠର ସୌନ୍ଦର୍ଯ୍ୟ କରଣ ପ୍ରତି କି କି ପଦକ୍ଷେପ ନିଆଯିବ ସେନେଇ ଉପସ୍ଥିତ ଥିବା ପଦାଧିକାରୀ, ବିଜ୍ଞାପିତ ପରିଷଦ ସଦସ୍ୟ, ଅଞ୍ଚଳର ସଚେତନ ନାଗରିକ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ଏହି ଅବସରରେ ପର୍ଯ୍ୟଟକଙ୍କ ପାଇଁ ସ୍ଵତନ୍ତ୍ର ଘାଟ ନିର୍ମାଣ, ପାହାଚ ଗୁଡ଼ିକର ପୁନରୁଦ୍ଧାର, ବୁଡ଼ ପକାଉଥିବା ସ୍ନାନ ଘାଟକୁ ସୌନ୍ଦର୍ଯ୍ୟ କରଣ, ମହାନଦୀରେ ବୋଟିଂ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ପାଇଁ ଟଏଲେଟ ବ୍ୟବସ୍ଥା, ବିଶ୍ରମାଗାର ନିର୍ମାଣ, ଶିଶୁ ଉଦ୍ୟାନ ଓ ପାର୍କ ନିର୍ମାଣ, ମହିଳା ପର୍ଯ୍ୟଟକଙ୍କ ପାଇଁ ଆଶ୍ରୟ ସ୍ଥଳୀ ଓ ଶୌଚାଳୟ ନିର୍ମାଣ ଆଦି ଉପରେ ଗୁରୁତ୍ତ୍ଵ ଦିଆଯାଉ ବୋଲି ଦାବି ହୋଇଥିଲା ।

ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେ ଏହି ପୁଣ୍ୟପୀଠ ର ଉନ୍ନତିକରଣ ଯେପରି ଶୀଘ୍ର ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗକୁ ଜଣାଇଦିଆଯିବ ବୋଲି କହିଛନ୍ତି । ସେହିପରି ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ଠାରେ ବିଚାରାଧୀନ ଥିବା ବିନିକାକୁ ଉପଖଣ୍ଡ ମାନ୍ୟତା, ଅସମ୍ପୂର୍ଣ୍ଣ ରିଂ ରୋଡକୁ ତ୍ଵରାନିତ କରିବା, ସ୍ମାର୍ଟ ବସଷ୍ଟାଣ୍ଡ ନିର୍ମାଣ, ନୂତନ ସିଏସି ବିଲଡିଂ, ଦୈନନ୍ଦିନ ମାର୍କେଟ ଷ୍ଟଲ, ବସଷ୍ଟାଣ୍ଡ ଷ୍ଟଲ, ବିଜୁ ପଟ୍ଟନାୟକ ଷ୍ଟାଡିୟମ ର ଉନ୍ନତିକରଣ ଆଦି ଶୀଘ୍ର କରାଯାଉ ବୋଲି ବିନିକା ବିଜୁ ଜନତା ଦଳ ନଗର ସଭାପତି ସୋମନାଥ ମିଶ୍ର, ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇଙ୍କ ସମେତ କାଉନସିଲଲ ଜିଲ୍ଲାପାଳଙ୍କ ଠାରେ ଦାବି କରିଥିଲେ ।

ଜିଲ୍ଲାପାଳଙ୍କ ଗସ୍ତ ଅବସରରେ ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଚାନ୍ଦିନୀ ମେହେର, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ, କନିଷ୍ଠ ଯନ୍ତ୍ରୀ ରତ୍ନାକର ଗାଇଗରିଆ, ଯୁବ ସଂଗଠକ ପୀତବାସ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles