-5.7 C
Innichen
Sunday, May 22, 2022

ବୋରିଗୁମ୍ମା ଜୋନ୍ ୩ ରୁ ଆରମ୍ଭ ହେଲା କୋରାପୁଟ ଜିଲ୍ଲା ପରିଷଦ ବୈଠକ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, ବୋରିଗୁମ୍ମା, (୧୩ /୫) : ବୋରିଗୁମ୍ମା ଜୋନ୍ ୩ ଜିଲ୍ଲା ପରିଷଦ ସଭ୍ୟ ନୃସିଂହନାଥ ଶତପଥୀ (ପିଙ୍କୁ) ଙ୍କ ଜଳ ସମସ୍ୟା ସମ୍ବନ୍ଧୀୟ ପ୍ରଶ୍ନ ରୁ ଆଜି ଜିଲ୍ଲା ପରିଷଦ ବୈଠକରେ ଚର୍ଚ୍ଚା ଜୋର ଧରିଥିବା ଜଣାପଡିଛି ।

ବୋରିଗୁମ୍ମା ଜୋନ୍ ୩ କୋରାପୁଟ ସଦ୍ଭାବନା ସଭାଗୃହରେ ଆୟୋଜିତ ୫୧ ତମ ଜିଲ୍ଲା ପରିଷଦ ବୈଠକରେ ଅଧ୍ୟକ୍ଷା ସସ୍ମିତା ମେଲକା, ଜିଲ୍ଲାପାଳ ଅବ୍ଦୁଲ ଏମ ଅଖତାର, ମାନ୍ୟବର ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ, ମାନ୍ୟବର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିବା ଜଣାପଡିଛି ।

ବୈଠକ ଆରମ୍ଭରେ ପାନୀୟ ଜଳ ଯୋଗାଣ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବୋରିଗୁମ୍ମା ଜିଲ୍ଲା ପରିଷଦ ଜୋନ୍ ୩ ସଭ୍ୟ ଶ୍ରୀ ପିଙ୍କୁ ଶତପଥୀ ତାଙ୍କ ଅଞ୍ଚଳରେ କାର୍ଯ୍ୟ କରୁଥିବା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ତଥା ମୁରାନ୍ ରୁ ଆରମ୍ଭ ହୋଇ ଥିବା ମେଗା ପ୍ରୋଜେକ୍ଟ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ବିଧାୟକ ତାରା ବାହିନୀପତି ମଧ୍ୟ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ । ଅଧିକାଂଶ ଜିଲ୍ଲା ପରିଷଦ ସଭ୍ୟ ନିଜ ନିଜ ଅଞ୍ଚଳରେ ଲାଗିଥିବା ଜଳ ଯୋଗାଣ ପ୍ରକଳ୍ପ ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ୨ ଘଣ୍ଟାରୁ ଅଧିକ ସମୟ କେବଳ ପାଣି ପାଇଁ ଚର୍ଚ୍ଚା ଜୋର ଧରିଥିଲା । ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ନାରାୟଣ ଗାନ୍ଧୀ ସମସ୍ତ ପ୍ରଶ୍ନର ଉତ୍ତର ରଖି ତୁରନ୍ତ ସମସ୍ୟା ଗୁଡିକ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଠିକା କମ୍ପାନି ଦ୍ୱାରା ପାଇପ ପକାଇବା ପାଇଁ ଖୋଳିଲା ପରେ ପରେ ଠିକ୍ ଭାବେ ମାଟି ପୋତିବା ଓ ବଳକା ମାଟି ସ୍ଥାନାନ୍ତରିତ କରିବା ସମ୍ପର୍କିତ ପିଙ୍କୁ ଶତପଥୀଙ୍କ ଦୃଷ୍ଟି ଆକର୍ଷଣ ପରେ ଉଦବେଗ ପ୍ରକାଶ କରିଥିବା ଜଣାପଡିଛି । ସେହିପରି ଜିଲ୍ଲା ପରିଷଦ ଜୋନ୍ ୧ ସଭ୍ୟ ପ୍ରସାଦ ବିଡିକା କେରକେଣ୍ଡା ବ୍ରିଜ୍ ତୁରନ୍ତ ସମାପ୍ତ କରିବାକୁ ତଥା ବୈରାଗିପଦର ଓ ବାମନିଆ ଗୁଡାର ଜଳ ଯୋଗାଣ ସମସ୍ୟା ଉପସ୍ଥାପନ କରିଥିବା ଜଣାପଡିଛି ।

Related Articles

Stay Connected

0FansLike
3,320FollowersFollow
19,600SubscribersSubscribe
- Advertisement -spot_img

Latest Articles