ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ : ୯୯.୦୪% ଛାତ୍ରଛାତ୍ରୀ ପାସ୍

0
211

ରିପୋର୍ଟ : ସୁଭାସିସ ନାୟକ //
ନୂଆଦିଲ୍ଲୀ,(୦୪/୦୮) : ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏଥିରେ ୯୯.୦୪% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ ୨୦,୯୭,୧୨୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦,୭୬,୯୯୭ ଜଣ ପାସ୍ କରିଛନ୍ତି । ଛାତ୍ରମାନଙ୍କ ଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୯୯.୨୪% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୮.୮୯% ରହିଛି ।

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ | ଦଶମ ଶ୍ରେଣୀ ରେ ୫୭,୮୨୪ ଜଣ ଛାତ୍ରଛାତ୍ରୀ ୯୫% ରୁ ଅଧିକ ନମ୍ବର ରଖିଥିବା ବେଳେ ୨,୦୦,୯୬୨ ଛାତ୍ରଛାତ୍ରୀ ୯୦ରୁ୯୫ ପ୍ରତିଶତ ମଧ୍ୟରେ ନମ୍ବର ରଖିଛନ୍ତି । ତ୍ରିଭେନ୍ଦ୍ରମ ରିଜନ ରେ ସର୍ବାଧିକ ୯୯.୯୯% ପିଲା ପାସ୍ କରିଥିବା ବେଳେ ଭୁବନେଶ୍ୱର ରିଜନ ରେ ୯୯.୬୨% ପିଲା ପାସ୍ କରିଛନ୍ତି । ସେହିପରି କେନ୍ଦ୍ରୀୟ ବିଦ୍ୟାଳୟରେ ଶତପ୍ରତିଶତ ପିଲା ପାସ୍ କରିଥିବା ବେଳେ ନବୋଦୟ ସ୍କୁଲ୍ ଗୁଡ଼ିକର ୯୯.୯୯% ପିଲା ପାସ୍ କରିଛନ୍ତି ।

କରୋନା ସଂକମ୍ରଣ ଯୋଗୁ ଚଳିତ ବର୍ଷ ପରୀକ୍ଷା କରାଯାଇ ନଥିବା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ଦଶମ ଶ୍ରେଣୀ ପିଲାଙ୍କର ମୂଲ୍ୟାୟନ କରିଛି ସିବିଏସ୍ଇ । http://cbseresults.nic.in ଓ http://cbse.gov.inରେ ରେଜଲ୍ଟ ଉପଲବ୍ଧ କରାଯାଇଛି । ଛାତ୍ରଛାତ୍ରୀମାନେ ଏହି ୱେବ୍ ସାଇଟକୁ ଯାଇ ସେମାନଙ୍କର ରେଜଲ୍ଟ ଜାଣିପାରିବେ । ଏଥିସହିତ ମାର୍କ ଶିଟ୍ ଏବଂ ସାର୍ଟିଫିକେଟ୍ ମଧ୍ୟ ଡାଉନଲୋକ ପାଇପାରିବେ ।

ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି, ସେମାନେ ଅଫଲାଇନ ଜରିଆରେ ପରୀକ୍ଷା ଦେଇପାରିବେ । କରୋନା ସ୍ଥିତି ସୁଧାରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ । ଏହା ପୂର୍ବରୁ ଗତ ଜୁଲାଇ ୩୦ ତାରିଖରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିଲା ।