ଅଜଣା ରୋଗରେ ଆକ୍ରାନ୍ତ ବାଳକ ର ଚିକିତ୍ସା ଦାବି : କାମ ଦେଉନି ସ୍ୱାସ୍ଥ୍ୟ ବୀମା କାର୍ଡ଼

0
162
ଅଜଣା ରୋଗରେ ଆକ୍ରାନ୍ତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସଇଁତଲା, ତା(୧୪/୦୫) : ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ମାଗଣାରେ ଚିକିତ୍ସା ଦେବାର ସୁବିଧା ଯୋଗାଇ ଦେଉଥିବା କହୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ କୁମ୍ଭାରୀ ପଞ୍ଚାୟତ ଲମକାନୀ ଗାଁ ର ସ୍ୱର୍ଗତ ଜୟ କିଶୋର ପଟେଲଙ୍କ ପୁଅ ରଥ ପଟେଲ (୦୯) ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ଅକଥନୀୟ ଦୁର୍ଦ୍ଦଶା ର ଶିକାର ହୋଇ ଦିନ କାଟୁଥିବା ବେଳେ କେହି ସାହା ଭରସା ନାହାଁନ୍ତି ।

ଅଜଣା ରୋଗରେ ଆକ୍ରାନ୍ତ ବାଳକ ର ବାପା ଜୟ କିଶୋର ପଟେଲଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆ ଭରଷାରେ ପୁଅଟି ବଞ୍ଚୁଛି । ସେ ଗରିବ ଶ୍ରେଣୀର ହୋଇଥିବା ବେଳେ ଏଭଳି ରୋଗ ପାଇଁ ମାଁ ଭାଙ୍ଗି ପଡିଛନ୍ତି । ଅନେକ ଥର ଧାର କରଜ ଆଣି ରଥଙ୍କ ବାପା ବଲାଙ୍ଗିର, ଭୁବନେଶ୍ୱର, କଟକ, ବିଶାଖାପାଟଣା ଭଳି ଅନେକ ସ୍ଥାନରେ ଚିକିତ୍ସା କରିଥିଲେ । ହେଲେ ସେ ଆରପାରିରେ ଥିବା ବେଳେ ରଥଙ୍କ ମାଆଙ୍କ ପାଖରେ ଅର୍ଥ ଅଭାବ ଯୋଗୁଁ ଚିକିତ୍ସା ବ୍ୟବସ୍ଥା କରି ପାରୁ ନାହାଁନ୍ତି । ଯାହା ଫଳରେ ଭଗବାନଙ୍କ ଭରଷାରେ ଦିନ କାଟୁଛନ୍ତି ପରିବାର ଲୋକେ ।

ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଫେଲ ମାରି ଥିବା ମନେ ହେଉଛି । ଯଦି ଏଭଳି ନିରୀହ ପିଲାଙ୍କ ପାଇଁ ଚିକିତ୍ସା ସୁବିଧା ସୁଯୋଗ ମିଳୁନାହିଁ ତ ଆଉ କାହାକୁ ମିଳିବ ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।