Friday, March 29, 2024

Top 5 This Week

Related Posts

ରୋଜ ଭ୍ୟାଲି ଚିଟ୍ ଫଣ୍ଡ ସଂସ୍ଥାର ୨.୮୩ କୋଟି ଠକେଇ : ଆଞ୍ଚଳିକ ମ୍ୟାନଜେର ଗିରଫ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୦୪/୦୮) : ୨୦୧୩ରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ୨.୮୩ କୋଟି ଠକେଇ କରିଥିବା ଅଭିଯୋଗରେ ରୋଜ ଭ୍ୟାଲି ଚିଟ୍ ଫଣ୍ଡ ସଂସ୍ଥାର ଆଞ୍ଚଳିକ ମ୍ୟାନେଜର ବିକ୍ରମଜିତ ଭୌମିକଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ୍ୟ) । ପଶ୍ଚିମବଙ୍ଗ ମେଦିନାପୁରଙ୍କୁ ବିକ୍ରମଜିତଙ୍କୁ ଗତକାଲି ଇଓଡବ୍ଲୁ୍ୟ ଗିରଫ କରିଥିବା ନେଇ ସୂଚନା ଦେଇଛି ।

ଇଓଡବ୍ଲୁ୍ୟ ସେଠାରେ ତାଙ୍କୁ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣି ବାଲେଶ୍ୱର ଓପିଆଡି କୋର୍ଟରେ ହାଜର କରାଯାଇଛି । ତାଙ୍କର ଜାମିମ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ୨୦୧୦ରୁ ୨୦୧୩ ମଧ୍ୟରେ କୋଲକାତାର ଏହି ରୋଜ ଭ୍ୟାଲି ଚିଟ୍ ଫଣ୍ଡ ସଂସ୍ଥାର କମ୍ପାନୀ ବାଲେଶ୍ୱର ଏବଂ ସୋର ଅଞ୍ଚଳରେ ଅଧିକ ସୁଧ ଦେବା ଆଳରେ ଲୋକମାନଙ୍କ ଠାରୁ ବିଭିନ୍ନ ଯୋଜନାରେ ଟଙ୍କା ଜମା ରଖିଥିଲା । କମ୍ପାନୀ ସେହି ସମୟରେ ପଶ୍ଚିମବଙ୍ଗ, ବାଲେଶ୍ୱର , ସୋର ଅଞ୍ଚଳରେ ବିଭିନ୍ନ ଶାଖା ମଧ୍ୟ ଖୋଲିଥିଲା ।

ଏନେଇ ଅଭିଯୋଗ ପରେ ବାଲେଶ୍ୱର ଥାନାରେ ଏକ ମାମଲା(୧୮୨/୧୩) ରୁଜୁ ହୋଇଥିଲା । ପରେ ଏହି ମାମଲାର ତଦନ୍ତ ଭାର ଇଓଡବ୍ଲୁ୍ୟ ନେଇଥିଲା । ୨୦୧୩ରେ ଇଓଡବ୍ଲୁ୍ୟରେ ଏନେଇ ଏକ ମାମଲା(୧୫/୧୩) ରୁୁଜୁ ହୋଇଥିଲା । ଇଓଡବ୍ଲୁ୍ୟ ମାମଲାର ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଏହି ସଂସ୍ଥା ଓଡ଼ିଶାରୁ ମୋଟ ୨ କୋଟି ୮୨ ଲକ୍ଷ ଟଙ୍କାର ଠକେଇ କରିଛି । ସେତେବେ ସଂସ୍ଥାର ଆଞ୍ଚଳିକ ମ୍ୟାନଜେର ଥିଲେ ବିକ୍ରମଜିତ ଭୌମିକ । ତାଙ୍କ ନାଁରେ ମାମଲା ରୁଜୁ ହେବା ପରେ ସେ ସେବେଠାରୁ ଫେରାର ଥିଲେ ।

ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ଇଓଡବ୍ଲୁ୍ୟ ରୋଭ ଭ୍ୟାଲି ଚିଟ୍ ଫଣ୍ଡ ସଂସ୍ଥାର ଅଧ୍ୟକ୍ଷ ଚୌତମ କୁଣ୍ଡୁ ଏବଂ ନିଦେ୍ର୍ଧଶକ ଶିବମୟ ଦତ୍ତଙ୍କୁ ଗିରଫ କରିଥିଲା । ପରେ ସୋର ଶାଖାର ମ୍ୟାନଜେର ବାଦଲ ଚନ୍ଦ୍ର କରଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ତେବେ ମୋଟ ଉପରେ ଉକ୍ତ ସଂସ୍ଥାର ୮୩ କୋଟି ବ୍ୟାଙ୍କ ଜମା ଏବଂ ୧୧ କୋଟିର ସମ୍ପତ୍ତି ଠାବ କରାଯାଇଥିଲା । ଏନେଇ ୨୦୧୧ ମସିହାରେ ଇଓଡବ୍ଲୁ୍ୟ ୪ଟି ଚାର୍ଜସିଟ୍ ଦାଖଲ କରିଥିଲା

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles