ଦିଲ୍ଲୀରେ ରେକର୍ଡ ତାତି : ମୁଙ୍ଗେସପୁର ଓ ନଜଫଗଡରେ ତାପମାତ୍ରା ୪୯ ଡିଗ୍ରୀ ରେକର୍ଡ

0
125
ଦିଲ୍ଲୀରେ ରେକର୍ଡ ତାତି

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୧୬/୦୫) : ଦେଶର ରାଜଧାନୀ ଦିଲ୍ଲୀରେ ଦିଲ୍ଲୀରେ ରେକର୍ଡ ତାତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଦିଲ୍ଲୀରେ ସବୁ ରେକର୍ଡ ଭାଙ୍ଗି ଦେଇଛି । ଦିଲ୍ଲୀ ର ମୁଙ୍ଗେସପୁର ଓ ନଜଫଗଡ଼ରେ ତାପମାତ୍ରା ୪୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି

ଦିଲ୍ଲୀରେ ରେକର୍ଡ ତାତି ! ରବିବାର ମୁଙ୍ଗେସପୁର ରେ ତାପମାତ୍ରା ୪୯ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ନଜଫଗଡ଼ ରେ ୪୯ ଦଶମିକ ୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସ୍ପୋର୍ଟ୍ସ କମ୍ପେ୍ଲକ୍ସ ରେ ୪୮ ଦଶମିକ ୨ ଡିଗ୍ରୀ, ପାଲମ ରେ ୪୬ ଦଶମିକ ୪ ଡିଗ୍ରୀ ଏବଂ ଲୋଧି ରୋଡରେ ୪୫ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆଇଏମଡି ଅନୁସାରେ, ଆଜି ଠାରୁ ଦିଲ୍ଲୀରେ ପାଗରେ ସାମାନ୍ୟ ପରିବର୍ତନ ଆସିପାରେ । ସେହିପରି ୧୭ ତାରିଖରେ ଦିଲ୍ଲୀର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିପାରେ ।