ଜିଲ୍ଲା ପ୍ରଶାସନ ର ପଦକ୍ଷେପ ପ୍ରଶଂସା ର ସୁଅ ଛୁଟିଛି

0
158
ଜିଲ୍ଲା ପ୍ରଶାସନ ର

ରିପୋର୍ଟ : ପ୍ରଣତି ସାବତ
ଗଜପତି/କାଶୀନଗର, (୧୭/୦୫) : ଅନାଥ ପିଲାଙ୍କୁ ଆଶ୍ରମରେ ରଖାଯାଏ ଓ କିଛି ନୀତି ନିୟମକୁ ସେମାନଙ୍କୁ ମାନିବାକୁ ପଡ଼ିଥାଏ ହେଲେ ଗଜପତି ଜିଲ୍ଲା ପରିଷଦ ଓ ଜିଲ୍ଲା ପ୍ରଶାସନ ର ପଦକ୍ଷେପ କୁ ବିଭିନ୍ନ ବର୍ଗ ରୁ ପ୍ରଶଂସା ର ସୁଅ ଛୁଟିଛି ।

ଜିଲ୍ଲା ପ୍ରଶାସନ ର ଏଭଳିକି ଏହି ଅନାଥ ଆଶ୍ରମର ପିଲାମାନଙ୍କୁ ବିହଙ୍ଗ ମୁକ୍ତ କଲାଭଳି ସେମାନଙ୍କୁ ପାରଳାଖେମୁଣ୍ଡି ସହର କୁ ବୁଲାଇ ଆଣିବା ଓ ସେମାନଙ୍କ ମନ ପସନ୍ଦର ଲୁଗା ପଟା କିଣିଦେବା ଓ ସୋ ରୁମର ଯାକ ଯମକ ଆଲୋକ ସଜ୍ଜା ଦେଖିବା ଓ ନିଜ ପସନ୍ଦର ଡ୍ରେସ୍ କିଣିବା ସୌଭାଗ୍ୟ ଜିଲ୍ଲା ପ୍ରଶାସନ ଦେଖାଇବା ରୁ ପିଲାଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ଖେଳିଯାଇଥିଲା ।

ଏହି କ୍ରୟ ସମୟରେ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପସ୍ଥିତ ରହି ନିଜର ବଦାନ୍ୟତା ଦେଖାଇଛନ୍ତି ଓ ପିଲାଙ୍କ ମଧ୍ୟରେ ନୂଆ ଆଶା ସଂଚାର କରିଛନ୍ତି ଏଣୁ ଜିଲ୍ଲାବାସୀ ପ୍ରଶାସନ କୁ ପ୍ରଶଂସା କରିଛନ୍ତି ।