ମିନି ପାର୍କ ନିର୍ମାଣ ନିମନ୍ତେ ଭୂମିପୂଜନ କାର୍ଯ୍ୟ ଅନୁଷ୍ଠିତ

0
439
ମିନି ପାର୍କ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା.(୧୬/୦୫) : ରାୟଗଡ ସହର ର ବ୍ରାହ୍ମଣ ସାହି ଅନ୍ତର୍ଗତ ହରିଶ୍ଚନ୍ଦ୍ର ଘାଟି ପାର୍ଶ୍ଵରେ ଏକ ସ୍ଥାନକୁ ମିନି ପାର୍କ ରେ ପରିଣତ କରିବା ନିମନ୍ତେ ରାୟଗଡ ପୌର ପରିଷଦ ହାତକୁ ନେଇଛି lc2286263 2187 40e5 9d66 d776aa6a9b21 ମିନି ପାର୍କ ନିର୍ମାଣ ନିମନ୍ତେ ଭୂମିପୂଜନ କାର୍ଯ୍ୟ ଅନୁଷ୍ଠିତ

ମିନି ପାର୍କ କୁ କାର୍ଯ୍ୟକାରୀ କରିବା ନିମନ୍ତେ ସ୍ଥାନୀୟ କୃପାମୟୀ ସ୍ୱୟଂ ସହାୟକ ଗୋଷ୍ଠୀକୁ କାର୍ଯ୍ୟଦେଶ ଦିଆଯାଇଛି l ଉପଯୁକ୍ତ ଶୁଭବେଳା ଦେଖି ଆଜି ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ନଗରପାଳ ଶ୍ରୀ ମହେଶ ପଟନାୟକ ଉପନଗରପାଳ ଶ୍ରୀମତି ଶୁଭ୍ରା ପଣ୍ଡା ଓ କୃପାମୟୀ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟମାନେ ଯୋଗ ଦେଇଥିଲେ l bd5ebd86 6438 43eb 9264 a1b9c3adf38a ମିନି ପାର୍କ ନିର୍ମାଣ ନିମନ୍ତେ ଭୂମିପୂଜନ କାର୍ଯ୍ୟ ଅନୁଷ୍ଠିତଏହି ପାର୍କ କାର୍ଯ୍ୟକାରୀ ହେଲେ ଶିଶୁ ଏବଂ ମାଆଙ୍କର ଚିତ୍ତ ଵିନୋଦନ ପାଇଁ ବିଶେଷ ଫଳପ୍ରଦ ହେବ ବୋଲି ନରଗପାଳ କହିଛନ୍ତି l ଏହାର ନିର୍ମାଣ ନିମନ୍ତେ ପୌର ପରିଷଦ ତରଫରୁ କୃପାମୟୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ୬ ଲକ୍ଷ୨୬ ହଜାର ଟଙ୍କା ପ୍ରଦାନ କରାଯାଇଛି l