ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଗ୍ରାମ୍ୟ ମଣ୍ଡପ ଉଦଘାଟିତ

0
282
ବଂଶୀଧର ଓ ଈଲା

ରିପୋର୍ଟ : ଗୋପୀନାଥ ଗୌଡ଼ //
ଥେରୁବାଲି, (୧୭/୫) : ୨୦୨୧-୨୨ ଆର୍ଥିକ ବର୍ଷରେ ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଥେରୁବାଲି ଗ୍ରାମ ପଞ୍ଚାୟତର ବରିଗୁଡା ଗ୍ରାମ ଠାରେ ନିର୍ମାଣ କରାଯାଇଥିବା ଗ୍ରାମ୍ୟ ମଣ୍ଡପ ର ଶୁଭ ଉଦଘାଟନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଇମ୍ଫା ଶିଳ୍ପ ଗୋଷ୍ଠୀ ସଚୀବାଳୟ ର ମୁଖ୍ୟ ଶ୍ରୀଯୁକ୍ତ ପ୍ରେମ ଖଣ୍ଡେଲୱାଲଙ୍କ କରକମଳରେ ଶ୍ରୀମତୀ କବିତା ଖଣ୍ଡେଲୱାଲ ଓ ଇମ୍ଫା-ଥେରୁବାଲି ର ଉପସଭାପତି ଶ୍ରୀମାନ ଆଶିଷ କୁମାର ରାୟ ଓ ଶ୍ରୀମତି ସୋମା ରାୟ ଓ ଥେରୁବାଲି ସରପଞ୍ଚ ସୁଶ୍ରୀ ମମତା ପୁଲକା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ଉପସ୍ଥିତି ରେ ଗ୍ରାମ୍ୟ ମଣ୍ଡପ ଟି ଉଦଘାଟିତ ହୋଇଛି ।fb5f80d2 6cda 4869 95e8 dabad25ad4f4 ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଗ୍ରାମ୍ୟ ମଣ୍ଡପ ଉଦଘାଟିତ

ଗ୍ରାମବାସୀମାନେ ଅତିଥି ମାନଙ୍କୁ ପାରମ୍ପରିକ ବାଦ୍ୟ, ନୃତ୍ୟ ଗୀତ ର ତଳେ ତଳେ ଗ୍ରାମ ଭିତରକୁ ପାଛୋଟି ନେଇଥିଲେ । ଗ୍ରାମାଦେବୀଙ୍କୁ ପୂଜାର୍ଚନା କରିବା ପରେ ଶ୍ରୀମାନ ଖଣ୍ଡେଲୱାଲ ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ସ୍ଥାପିତ ନଳକୂପକୁ ଲୋକାର୍ପଣ କରିବା ପରେ ଗ୍ରାମ୍ୟ ମଣ୍ଡପ କୁ ନାଲି ଫିତା କାଟି ଉଦଘାଟିତ କରିଥିଲେ ।

ଇମ୍ଫା ଦ୍ଵାରା ବାରିଗୁଡା ଗ୍ରାମରେ ଏଭଳି ଏକ ମଣ୍ଡପ ଓ ନଳକୂପ ସ୍ଥାପନ କରାଯାଇଥିବାରୁ ଗ୍ରାମ ର ମୁଖ୍ୟ ଶ୍ରୀମାନ ଗୋପାଳ ହିକକା, ସୁଶ୍ରୀ ସାବିତ୍ରୀ ହିକକା, ଶ୍ରୀମାନ ତ୍ରିନାଥ ହିକକା ଇମ୍ଫା କର୍ତ୍ତୁପକ୍ଷ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିପୂର୍ବରୁ ଗତକାଲି ଇମ୍ଫା ଏମ୍ପ୍ଲୋଇଜ କ୍ଲବରେ ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଚାଲୁ ରହିଥିବା ଗ୍ରାମୀଣ ମହିଳା ସିଲେଇ ତାଲିମ କେନ୍ଦ୍ରରେ ଆଖପାଖ ୫ଟି ଗ୍ରାମ-ପଞ୍ଚାୟତରୁ ୨୭ ଜଣ ଯୁବତୀ ଓ ମହିଳା ନୁତନ ଶିକ୍ଷାର୍ଥୀ ଅଧିଗ୍ରହଣ ଉତ୍ସବରେ ୫ଟି ପଞ୍ଚାୟତ ର ସରପଞ୍ଚ ସୁଶ୍ରୀ ମମତା ପୁଲକା, ସୁଶ୍ରୀ ରୀନା କଡ୍ରାକା ।

ସୁଶ୍ରୀ ମାଣିକ ପୀର୍ବକା, ଶ୍ରୀମତି ସୁଶାନ୍ତି କୁଟୃକା, ଶ୍ରୀମାନ ନରସିଂହ କିଲାକା ଓ ପଞ୍ଚାଯତ ସମିତି ଉପଧକ୍ଷ୍ୟ ଶ୍ରୀମାନ ହଲଧର ହିମିରିକା ଙ୍କ ସହ ଶ୍ରୀଯୁକ୍ତ ପ୍ରେମ ଖଣ୍ଡେଲୱାଲ, ଶ୍ରୀମତୀ କବିତା ଖଣ୍ଡେଲୱାଲ ଶ୍ରୀମାନ ଆଶିଷ କୁମାର ରାୟ ଓ ଶ୍ରୀମତି ସୋମା ରାୟ ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ଇମ୍ଫା ଉପମୁଖ୍ୟ ପ୍ରବନ୍ଧକ ଶ୍ରୀମାନ କଲୋଳ ନାୟକ, ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ “ପଲ୍ଲୀ ବିକାଶ “ ର ନିର୍ଦ୍ଦେଶକ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ଯୋଗ ଦେଇଥବା ବେଳେ ଇମ୍ଫା ର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମାନ ଶକ୍ତି ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।