ଆର୍ଟ ଅଫ ଗିଭିଂ ର ନବମ ଆନ୍ତର୍ଜାତୀୟ ଦିବସ ମହାସମାରୋହରେ ପାଳିତ

0
298
ଆର୍ଟ ଅଫ ଗିଭିଂ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୧୭/୦୫) : ଆଜି ତା-୧୭/୦୫/୨୦୨୨ ରିଖ ମଙ୍ଗଳବାର ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ କିସ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆର୍ଟ ଅଫ ଗିଭିଂ ର ନବମ ଆନ୍ତର୍ଜାତୀୟ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।1acda0f4 4c32 4b12 a47e 78524ececfd9 ଆର୍ଟ ଅଫ ଗିଭିଂ ର ନବମ ଆନ୍ତର୍ଜାତୀୟ ଦିବସ ମହାସମାରୋହରେ ପାଳିତ

ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାୟଗଡା ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅମୁଲ୍ୟ ରତ୍ନ ସାହୁ ପରିଚାଳନା କରୁଥିବା ବେଳେ କିସ ଅନୁଷ୍ଠାନ ର ଜିଲ୍ଲା ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ରାୟଗଡା ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ମନ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କ ପାଖରେ କିପରି ଦାନ କରିବାର ମହାନ ଗୁଣ ବିକଶିତ ହେବ ତାହା ଉପରେ ଗୁରୁତ୍ତ୍ୱ ଆରୋପ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ରଥ ଛାତ୍ରଛାତ୍ରୀ ମାନଙ୍କୁ ଦାନ ଦେବା ପରି ମହତ ଗୁଣ କୁ ନିଜ ଜୀବନରେ ପ୍ରତିଫଳିତ କରାଇବା ପାଇଁ ପ୍ରତିଜ୍ଞା କରାଇଥିଲେ । ବିଦ୍ୟାଳୟ ର ଉପଦେଷ୍ଟା ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ତ୍ରିପାଠୀ ନିଜର ବକ୍ତବ୍ୟରେ ଦାନ ପରି ମହାନ ଗୁଣ କିପରି ଆମକୁ ମହାନ କରିବାରେ ସହାୟକ ହୋଇଥାଏ ତାହା ଛାତ୍ରଛାତ୍ରୀ ମାନଙ୍କ ଆଗରେ ଉପସ୍ଥାପନା କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା, ଆର୍ଟ ଅଫ ଗିଭିଂ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ ଙ୍କ ପ୍ରୟାସ କୁ ଭୁରିୟସୀ ପ୍ରସଂଶା କରିବା ସହ ପ୍ରତ୍ୟେକ ଓଡିଶା ବାସୀଙ୍କ ହୃଦୟରେ ଏହିପରି ଦାନ କରିବାର ମହାନ ଭାବନା ଉଦ୍ରେକ ହେବା ଉଚିତ ବୋଲି ମନ୍ତବ୍ୟ ଦେଇଥିଲେ ।d43cfbac 94ff 4616 99fa 2e7dcfa1c549 ଆର୍ଟ ଅଫ ଗିଭିଂ ର ନବମ ଆନ୍ତର୍ଜାତୀୟ ଦିବସ ମହାସମାରୋହରେ ପାଳିତ

ରାୟଗଡ ଜିଲ୍ଲା ଗୋଷ୍ଠୀ ଉନ୍ନୟନ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ହର ପ୍ରସାଦ ଆମାଜିଲ୍ଲା ପରି ଉପାନ୍ତ ଜିଲ୍ଲା ପ୍ରତି କିସ ର ଅବଦାନ କୁ ତଥା ଶ୍ରୀଯୁକ୍ତ ସାମନ୍ତଙ୍କ ପ୍ରୟାସକୁ ଭୁରିୟସୀ ପ୍ରସଂଶା କରିଥିଲେ ।