ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ପ୍ରଚାର ବିଭାଗ ଦ୍ଵାରା ନାରଦ ଜୟନ୍ତୀ ପାଳିତ

0
232
ରାଷ୍ଟ୍ରୀୟ ସ୍ୱୟଂ ସେବକ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୧୭/୦୫) : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାର ବିଭାଗ ଦ୍ଵାରା ବୌଦ୍ଧ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନାରଦ ଜୟନ୍ତୀ ପାଳିତ ହୋଇ ଯାଇଛି ।

ଜିଲ୍ଲା ସଂଘଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା କର୍ଯ୍ୟବାହ ଇନ୍ଦୁଭୂଷଣ ମହାକୁଡ଼, ହୀରାଞ୍ଚଳ ର ସମ୍ପାଦକ ଯୁଗଳ କିଶୋର ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ବରିଷ୍ଠ କାର୍ଯ୍ୟକର୍ତ୍ତା ଦେବବ୍ରତ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ନାରଦ ମୁନିଙ୍କ ଜୀବନୀ ଚରିତ ଆଲୋଚନା କରିବା ସହ ଆଜିର ସମୟରେ ତାଙ୍କର ଆଦର୍ଶକୁ ପ୍ରତ୍ୟେକ ବ୍ୟକ୍ତି ଅନୁସରଣ କଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ ।

ନଗର କାର୍ଯ୍ୟବାହ ନିରଞ୍ଜନ ମେହେର ଅତିଥି ପରିଚୟ କରିବାସହ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଓ ପ୍ରଚାର ପ୍ରମୁଖ ପଦ୍ମଚରଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ, ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ର ସମସ୍ତ ପ୍ରତିନିଧି, କବି ଲେଖକ ସ୍ତମ୍ଭକାର ଓ ବୁଦ୍ଧିଜୀବୀ ମାନେ ଅଂଶ ଗ୍ରହଣ କରିଥିଲେ ।