ପୌରପରିଷଦ ନିର୍ମାଣ କାମର ଦୁର୍ନୀତି କାଗଜପତ୍ର ସାର୍ଵଜନିନ ନ କଲେ ଆନ୍ଦୋଳନ ହେବ : ନଗର ଭାଜପା

0
361

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୦୩/୦୮) : ରାୟଗଡା ନଗର ସଦର ମହକୁମାର ପୌରପରିଷଦ ତରଫରୁ କରାଯାଇଥିବା ଅନେକ ନିର୍ମାଣ କାମର ଦୁର୍ନୀତି, ଦୋକାନ ଗୃହର ଆବଣ୍ଟନରେ ଅନିୟମିତତା,ସହରୀ ଶ୍ରମିକଙ୍କୁ ନିଯୁକ୍ତିରେ ଟାଳଟୁଳ, ସହର ସଫେଇରେ ଅବହେଳା ଭଳି ଅନେକ ବିଷୟରେ କିଛି ଦିନତଳେ ନଗର ଭାଜପା ଏହାର ସବିଶେଷ ବିବରଣୀ ତଥ୍ୟ ମାଗିଥିଲେ । 

ଏହା ଆଜି ପର୍ଯ୍ୟନ୍ତ ପୌରପରିଷଦ ନିର୍ବାହୀ ଯନ୍ତ୍ରୀ ୟସୀର ବିଲାଲ ଅହ୍ମଦ କାଗଜପତ୍ର ପ୍ରଦାନ ନ କରିବାରୁ ନଗର ଭାଜପା ସଭାପତି ଶ୍ୟାମ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହାର ସାର୍ବଜନୀନ କରିବାକୁ ଦାବୀକରିଛନ୍ତି । ଏଠି ଜଏନ ହେବା ପୂର୍ବରୁ ଏକ ଯୋଜନା ପ୍ରସ୍ତୁତକରି ଆସିଥିଲା ଜଏନ ହେବାପରେ ଶାସକ ଦଳର ନେତାଙ୍କ ପ୍ରରୋଚନାରେ ପଡି ତାହାଭୁଲି ତାଙ୍କ ନିର୍ଦେଶରେ କାମ ଚଳାଇ ଜନ ସାଧରଣଙ୍କୁ ପ୍ରତାରିତ କରୁଥିବା ଅଭିଯୋଗ କରିଛନ୍ତି ।

ଆଗାମୀ ଦଶଦିନ ମଧ୍ୟରେ ମାଗିଥିବା ତଥ୍ୟ ପ୍ରଦାନ କରାନଗଲେ ଭାଜପା ଆନ୍ଦୋଳନ କରିବ ବୋଲି ଧମକ ଦେଇଛି ।