କାଶୀନଗର ଆଖ ପାଖ ଅଞ୍ଚଳରେ ପୁଣି ହାତୀପଲ ର ଦୌରତ୍ମ୍ୟ

0
201
କାଶୀନଗର ଆଖ ପାଖ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୮/୦୫) : କାଶୀନଗର ଆଖ ପାଖ ଅଞ୍ଚଳରେ ପୁଣି ହାତୀ ଙ୍କ ଦୌରତ୍ମ୍ୟା ବୃଦ୍ଧି ପାଉଥିବାରୁ ଲୋକ ଙ୍କ ମଧ୍ୟରେ ଭୟ ର ବାତାବରଣ ସୃଷ୍ଟି ହୋଇଛି ।

ପ୍ରକାଶ ଥାଉକି ଗତ ୬ ମାସ ହେଲା ଆନ୍ଧ୍ର ର ୫ ଜଣିଆ ହାତୀ ପଲ କାଶୀନଗର ଆଖ ପାଖ ଅଞ୍ଚଳରେ, ବଂଶଧାରା ନଦୀ ଯଥା କାଶୀନଗର ସହର ର ବିପରୀତ ଦିଗରେ ଥିବା ତାଳଦା, ଘନ ସାରାରେ ଥିବା ଆମ୍ବ ତୋଟା ରେ ଆଶ୍ରୟ ନେଇ ସନ୍ଧ୍ୟାରେ ନଦୀକୁ ପାଣି ପିଇବାକୁ ଆସନ୍ତି । ରାତ୍ରରେ ନଦୀ ଡେଇଁ ଇଦିଡି ଗ୍ରାମ କୁ ଆସି କଦଳୀ ଗଛ ନଷ୍ଟ କରି ଦେଇଛନ୍ତି । ଏ ଯାଏଁ ଧନ ଜୀବନ ପ୍ରତି ବିପଦ ପହଞ୍ଚି ନାହିଁ । କିନ୍ତୁ ନା ଓଡ଼ିଶା ସରକାର ନା ଆନ୍ଧ୍ର ସରକାର ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି ।

ଏଣୁ ଓଡ଼ିଶା ସରକାର ଓ ଆନ୍ଧ୍ର ସରକାର ମିଳିତ ଅଳଚୋନା କରି ଏହି ସମସ୍ୟା ର ସମାଧାନ କରିବାକୁ ଜନ ସାଧାରଣ ଦାବୀ କରିଛନ୍ତି । ନଚେତ୍ ଆଗାମୀ ଦିନରେ ଜନ ବସତି ରେ ପଶି ଆସିବେ ? ସେତେବେଳେ କ୍ଷେତ, ବାଡି ଓ ଲୋକଙ୍କୁ ଆକ୍ରମଣ କରିବେ ଏଣୁ ବେଳ ଥାଉ ଥାଉ କିଛି ପଦକ୍ଷେପ ନେବାକୁ ସରକାରଙ୍କୁ ଲୋକେ ଅନୁରୋଧ କରିଛନ୍ତି ।