ମୁଣ୍ଡିପଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୁଣାତ୍ମକ ଶିକ୍ଷାର ଆଲୋଚନାଚକ୍ର ଅନୁଷ୍ଠିତ

0
245

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ,(୪/୮): ବୌଦ୍ଧ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ମୁଣ୍ଡିପଦର ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଗୁଣାତ୍ମକ ଶିକ୍ଷାର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ୨୦୨୨ ଅଗଷ୍ଟ ୧୫ କୁ ୭୫ ସପ୍ତାହ ପୂର୍ଵରୁ ଦେଶର ୭୫ ଟି ପଞ୍ଚାୟତରେ ସମଗ୍ର ଦେଶରେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହେଉଅଛି l

ଉକ୍ତ ୭୫ ପଞ୍ଚାୟତ ମଧ୍ୟରୁ ବୌଦ୍ଧ ଜିଲ୍ଲାର ଦୁଇଟି ମୁଣ୍ଡିପଦର ଓ ରକ୍ସା ସ୍ଥାନ ପାଇଛି l ୧୫ ତମ ସପ୍ତାହରେ ଥିବା ଗୁଣାତ୍ମକ ଶିକ୍ଷା ବିଷୟରେ ମୁଣ୍ଡିପଦର ପଞ୍ଚାୟତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା l ପ୍ରଧାନ ଶିକ୍ଷୟିତ୍ରୀ ସଚଳା ଗୁରୁ ଉଦଘାଟନ କରିଥିବା ବେଳେ ପଞ୍ଚାୟତର ନିର୍ବାହୀ ଅଧିକାରୀ ସୁରେଶ ଚନ୍ଦ୍ର ରାଉତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ବୌଦ୍ଧ ଗୋଷ୍ଠୀ ଶିକ୍ଷା ତରଫରୁ ରାଜକୁମାର ପ୍ରଧାନ ସି ଆର ସି ସି ତେଲିବନ୍ଧ ଗୁଣାତ୍ମକ ଶିକ୍ଷା ଓ ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନା କରିଥିଲେ l

ସି ଆର ସି ସି ସୌମିତ୍ରୀ କର୍ଣ୍ଣ, ସଞ୍ଜୟ ଦେହୁରୀ ଓ କାହ୍ନୁଚରଣ ସେଠି ସହଯୋଗ କରିଥିଲେ l ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ ଏମ ସି ସଭାପତି, ଉପସଭାପତି ଓ ଜନସାଧାରଣ ଉପସ୍ଥିତ ଥିଲେ l ସରୋଜ ସାହୁ, କ୍ଷେତ୍ରବାସୀ ଭୋଇ, ଶେଷଦେବ ବେହେରା, ଯୋଗେଶ୍ୱର ପ୍ରଧାନ, ଶିବ ଲୁହା, ଦେବେନ୍ଦ୍ର ହାତୀ ପ୍ରମିଳା ଚାନ୍ଦ, ରିତା ନାଏକ ବିନୋଦ ବିହାରୀ ଭୁକ୍ତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l