Friday, March 29, 2024

Top 5 This Week

Related Posts

ଭୈରବୀ କନିଷ୍ଠ କଲେଜରେ ବିପର୍ଯ୍ୟୟ ତାଲିମ ଶିବିର

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୯/୦୫) : ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ କନିଷ୍ଠ କଲେଜରେ ହରଭଙ୍ଗା ବ୍ଲକ ପ୍ରଶାସନ, ହରଭଙ୍ଗା ତହସିଲଦାର ଏବଂ ଓଡିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 05 20 at 6.39.20 AM ଭୈରବୀ କନିଷ୍ଠ କଲେଜରେ ବିପର୍ଯ୍ୟୟ ତାଲିମ ଶିବିର

ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ମନୋଜ କୁମାର ପାଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ଜାନୀ, ଜିପିଓ ବିରଞ୍ଚି ନାରାୟଣ ପଣ୍ଡା, LFM କୃଷ୍ଣଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗଦେଇ ହରଭଙ୍ଗା ଦମକଳ କେନ୍ଦ୍ର ର କର୍ମକାର୍ତ୍ତାଙ୍କ ଦ୍ଵାରା ଭୈରବୀ କନିଷ୍ଠ କଲେଜରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମୟରେ ହେଉଥିବା ପ୍ରାକୃତିକ ଓ କୃତ୍ରିମ ବିପର୍ଯ୍ୟୟ ପରିଚାଳନା ଏବଂ ଅପାତ କାଳୀନ ସେବା ଉପରେ ତାଲିମ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କଲେଜ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ନେହେରୁ ଯୁବ କେନ୍ଦ୍ର ର କର୍ମକର୍ତ୍ତା ସୁଧିର ଦୀପ ପ୍ରମୁଖ ସହଯୋଗ କରିଥିଲେ । ଅଧ୍ୟାପକ ସଦାଶିବ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ତାଲିମ ଶିବିରରେ କଲେଜ ର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Popular Articles