Thursday, March 28, 2024

Top 5 This Week

Related Posts

ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହ ରେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିଦର୍ଶନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୯/୦୫) : ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହ ମଇ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବିଶ୍ୱ ବ୍ୟାପୀ ପାଳନ କରାଯାଉଅଛି ।

ଏହି ପରିପ୍ରେକ୍ଷୀରେ ବୌଦ୍ଧ ର ଐତିହାସିକ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିବା ସହିତ ବୌଦ୍ଧ ର କିର୍ତ୍ତୀରାଜି, ଇତିହାସ ଓ ସଂସ୍କୃତି ସମ୍ପର୍କରେ ଜ୍ଞାନ ଆହରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ତତସହିତ ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହ ର ଶେଷଦିନ (ମଇ ୨୦ ତାରିଖ) ଜିଲ୍ଲା ସଂଗ୍ରହାଳୟକୁ ଛାତ୍ରଛାତ୍ରୀମାନେ ମାଗଣାରେ ବୁଲିବା ପାଇଁ ଦିନସାରା ଖୋଲା ରଖାଯିବ ।

ଏହି ବିଶେଷ ଦିବସରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ସଂଗ୍ରହାଳୟ ବୁଲିବାର ସୁଯୋଗ ପ୍ରଦାନ କରିବାକୁ ଜିଲ୍ଲା ର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଉକ୍ତ ଦିବସରେ ଜିଲ୍ଲା ସଂଗ୍ରହାଳୟ ଠାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ନିଜାରତ ଅଧିକାରୀ ବିରଞ୍ଚି ଧରୁଆ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ, ସାହିତ୍ୟ ଏକାଡେମୀ ସଦସ୍ୟ ନିଳଲୋହିତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନେ ସଂଗ୍ରହାଳୟ ବୁଲିବା କାର୍ଯ୍ୟରେ ସହଯୋଗ କରିବା ସହିତ ସେମାନଙ୍କୁ ସଂରକ୍ଷିତ ସାମଗ୍ରୀ ଓ ବୌଦ୍ଧ ର ଇତିହାସ ସଂସ୍କୃତି ସମ୍ପର୍କରେ ଧାରଣା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଣୁ ଏହି ସପ୍ତାହରେ ବହୁ ସଂଖ୍ୟାରେ ବୁଦ୍ଧଜିବୀ, ଇତିହାସ ଓ ସଂସ୍କୃତି ପ୍ରେମୀ, ଅଭିଭାବକ, ବରିଷ୍ଠ ନାଗରିକମାନେ ସଂଗ୍ରହାଳୟ ବୁଲିବାର ସୁଯୋଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Popular Articles