ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୦/୫) : ବୋରିଗୁମ୍ମା ବ୍ଲକ ବିଜାପୁର ପଞ୍ଚାୟତ ବଣ୍ଡାଗୁଡା ନିକଟରେ କୋରାପୁଟ ଓଡ୍ରାଫ ବିଭାଗ ଦ୍ୱାରା ଗ୍ରାମବାସୀଙ୍କୁ ନିଆଁ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ର ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରାଯାଇଥିଲା । ଯେପରି କୌଣସି ଜାଗାରେ ହଠାତ୍ ଅଗ୍ନିକାଣ୍ଡ ଘଟିଲେ ପ୍ରଥମେ କିପରି ନିଆଁକୁ ଆୟତ୍ତ କରାଯାଇ ପାରିବ ।
ରୋଷେଇ ଘରେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଲେ କିପରି ନିଜକୁ ସୁରକ୍ଷିତ ରଖିବା ସହ ନିଆଁକୁ ଲିଭାଇବା । ନଦୀରେ ବୁଡ଼ି ଯାଇଥିବା ଲୋକଙ୍କୁ କିପରି ଉଦ୍ଧାର କରିବା, ଗଛ ପଡ଼ିଗଲେ କାଟିବା ଶୈଳୀ । ବନ୍ୟା ବାତ୍ୟା ଓ କାଳ ବୈଶାଖୀ ର ସମ୍ମୁଖୀନ ହେବା ସହ କିପରି ନିଜେ ସୁରକ୍ଷିତ ରହି ପାରିବ, ନିଆଁ ଲାଗିଗଲେ ପ୍ରଥମେ ଆୟତ୍ତ କରିବାକୁ ଚେଷ୍ଟା କରିବା ଓ ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ଇତ୍ୟାଦି ବିଷୟରେ କୋରାପୁଟ ଓଡ୍ରାଫ ତରଫରୁ ଲୋକଙ୍କୁ ସଚେତନ କରାଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ କୋରାପୁଟରୁ ଆସିଥିବା ଓଡ୍ରାଫ ଦଳ ମୁଖ୍ୟ ଵି. ଶ୍ରୀନିବାସ, ଗୋପାଳ ନାୟକ, ମାଝୀ ଶବର, ମୋଶେଷ ଖରା, ସନ୍ତୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବା ବେଳେ ଆଜିର ଏହି ବୋରିଗୁମ୍ମା ଅଞ୍ଚଳରେ ବିଭିନ୍ନ ଗ୍ରାମରେ କାର୍ଯ୍ୟକ୍ରମକୁ ୱାର୍ଲଡ ଭିଜନ ନାମକ ଏକ ଏନଜିଓ ପରିଚାଳନା କରିଥିଲା ।