Friday, March 29, 2024

Top 5 This Week

Related Posts

ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ତାହା କାମ ରେ ଲାଗୁ ନାହିଁ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୧/୦୫) : କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ନୂତନ ଭାବେ ହନୁମାନ ମନ୍ଦିର ପାଖରେ ତିଆରି ହେଉଥିବା ପାର୍କ ଟି ଅଧା ହୋଇ ପଡି ରହିଛି । ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ତାହା କାମରେ ଲାଗୁ ନାହିଁ ।

ପ୍ରଶାସନ ପକ୍ଷରୁ ସେଠି ଲୋକ ମାନଙ୍କ ସୁବିଧା ପାଇଁ ସବୁ ପ୍ରକାର ଜିନିଷ ବ୍ୟବସ୍ଥା ହୋଇ ରହିଛି । ପିଲା ମାନଙ୍କ ପାଇଁ ଖେଳନା, ଦୋଳି ଓ ଅନେକ ଜିନିଷ ଲଗାଯାଇଅଛି, କିନ୍ତୁ ତାହା ଅଧା ହୋଇ ରହିଛି । ସେହି ଜିନିଷ ଗୁଡ଼ିକ ମଧ୍ୟ ଖରାପ ହେବାକୁ ଲାଗିଲାଣି । ସରକାର କୋଟି କୋଟି ଟଙ୍କା ବ୍ୟୟରେ ପାର୍କ କରିଲେ କ’ଣ ହେବ ତାହା କାମ ଅଧା ହେଇ ରହିଲା ବୋଲି ଜନସାଧାରଣ ଙ୍କ ମଧ୍ୟରେ ଆଲୋଚନା ହେଉଛି ।WhatsApp Image 2022 05 21 at 12.28.50 PM ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ତାହା କାମ ରେ ଲାଗୁ ନାହିଁ

ସେହି ନୂତନ ପାର୍କ କାମ ହେଲା ବେଳେ ବହୁ ପ୍ରସାଶନ ଅଧିକାରୀ ମାନେ ଘଟଣାସ୍ଥଳକୁ ଯାଇ କାମ ଦେଖିଥିଲେ କିନ୍ତୁ ତାହା କାର୍ଯ୍ୟକାରୀ ହେଇ ପାରିଲା ନାହିଁ । ସେଇ ପାର୍କ କାମ କେବେ ସରିବ ଓ ଏହା କେବେ ଲୋକ ମାନଙ୍କ କାମରେ କେବେ ଆସିବ ତାହା ଦେଖିବାକୁ ରହିଲା ।

Popular Articles