ବାଇକ ଚୋରି ଅଭିଯୋଗରେ ଯୁବକ ଗିରଫ

0
126
ବାଇକ ଚୋରି

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, (୨୨/୦୫) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନ୍ତା ଅନ୍ତର୍ଗତ ବଣ୍ଡାକୁଟ୍ରା ଗ୍ରାମରୁ ଏକ ବାଇକ ଚୋରି ଅଭିଯୋଗରେ ଜଣେ ଯୁବକ ଗିରଫ ହେବା ଘଟଣା ଏଠାରେ ଚର୍ଚ୍ଚା ର ବିଷୟ ହୋଇଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୫ ତାରିଖ ରାତିରେ ଜୁନାଗଡ଼ ଥାନା ଅନ୍ତର୍ଗତ ବଣ୍ଡାକୁଟ୍ରା ଗ୍ରାମ ର ବସନ୍ତ ପାନଙ୍କ ଏକ ହୋଣ୍ଡା ସାଇନ ମୋଟର ସାଇକେଲ ନଂ ଓଡ଼ି ୦୮ ଯେ ୪୯୨୩ ଚୋରି ହୋଇଗଲା । ବାଇକ ଚୋରି ହେବା ନେଇ ବସନ୍ତ ପାନ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏ ନେଇ ଜୁନାଗଡ଼ ପୁଲିସ ପକ୍ଷରୁ କେଶ ନ. ୨୦୮ ତା ୦୬/୦୫/୨୦୨୨ ଆଇପିସି ଧାରା ୩୭୯ ରେ ଏକ କେଶ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ଧର୍ମଗଡ଼ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମ ର ନକୁଳ ବିହାରୀଙ୍କ ପୁଅ ନାଗେଶ୍ୱର ବିହାରୀ (୨୦) ବାଇକ ଚୋରି ନେଇଥିବା ନେଇ ଜଣାପଡିଥିଲା ।

ଏ ନେଇ ଗତ ୨୦ ତାରିଖରେ ଚୋରି ଅଭିଯୋଗରେ ପୁଲିସ ନାଗେଶ୍ୱରଙ୍କୁ ଗିରଫ କରିବା ସହ ମୋଟର ସାଇକେଲ କୁ ଉଦ୍ଧାର କରିଥିଲେ । ଆଜି ଅଭିଯୁକ୍ତ ନାଗେଶ୍ୱର ବିହାରୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲେ ।