ଷଡ଼ଙ୍ଗୀ ବନବିଭାଗ ଦ୍ୱାରା ୩ ଶିକାରୀ ଗିରଫ ଏବଂ ୮ କେଜି ଜଙ୍ଗଲୀ ବାର୍ହା ମାଂସ ଜବତ

0
172

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୫/୦୮) : ଆଜି ଢେଙ୍କାନାଳ ଜିଲ୍ଲାର ଷଡ଼ଙ୍ଗୀ ବନବିଭାଗ ର ଚଢ଼ାଉ ଦ୍ୱାରା ୩ ଶିକାରୀ ଗିରଫ ହେବା ସହ ତାଙ୍କ ଠାରୁ ବାର୍ହା ମାଂସ ଜବତ କରାଯାଇଛି ।

ସମସ୍ତ ଅଭିଯୁକ୍ତ ଅଶ୍ୱଖୋଲ ଜଙ୍ଗଲରୁ ଶିକାର କରୁଥିବା ସମୟରେ ଷଡ଼ଙ୍ଗୀ ବନବିଭାଗ ରେଞ୍ଜ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଧରପଡିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଉପେନ୍ଦ୍ର ମଲିକ, କରମୂଳ, ସଞ୍ଜୟ ପଣ୍ଡା, ମୁକୁନ୍ଦପୁର ଏବଂ ବିକାଶ ମଲିକ,କାଙ୍କ ଅଞ୍ଚଳର ।

ସେମାନଙ୍କ ଠାରୁ ୮ କେଜି ଜଙ୍ଗଲୀ ବାର୍ହା ମାଂସ, ଗୋଟେ ହିରୋ ସ୍ପଲେଣ୍ଡର ଗାଡ଼ି ଓ ଗୋଟେ ମୋବାଇଲ ଫୋନ ଜବତ କରାଯାଇଛି ।