ସିଆରପିଏଫ୍ ବାଟାଲିୟନକୁ ବଡ଼ ସଫଳତା : ମାଓ କ୍ୟାମ୍ପ ଠାବ,ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

0
214

ରିପୋର୍ଟ : ବିଭୁତି ଲହରିୟା
କନ୍ଧମାଳ,ବାଲିଗୁଡା, (୦୪/୦୮) : କନ୍ଧମାଳ-କଳାହାଣ୍ଡି ସିମାନ୍ତ କୁଟିଗୁଡ଼ା ଓ ଲେଙ୍ଗୁଡ଼ି ଜଙ୍ଗଲରେ ସିଆରପିଏଫ୍ ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ । ଅପେରସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ଜଣାପଡ଼ିଛି l

ମାଓ କ୍ୟାମ୍ପରୁ ୩ ଦେଶୀ ବନ୍ଧୁକ, ଏମୋନିୟମ ନାଇଟ୍ରେଟ,ରେଡ଼ିଓ,ବିସ୍ଫୋରକ ସାମଗ୍ରୀ,ଔଷଧ ଓ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଛି l ଗତ ତିନି ଦିନ ତଳେ ବାରଖମା ଫାଣ୍ଡି ଅଧିନସ୍ତ କଳାହାଣ୍ଡି ସିମାନ୍ତ ସମାଗାଁ ଜଙ୍ଗଲ ରେ ମାଓ ଉପସ୍ଥିତି ନେଇ ସୂଚନା ପାଇଥିଲା ସିଆରପିଏଫ୍ l

ସୂଚନା ମୁତାବକ ସିଆରପିଏଫ୍G/127 ବାଟାଲିୟନର ସେକେଣ୍ଡ ଇନ କମାଣ୍ଡାଣ୍ଟ ମାଉଲି ମୋହନ କୁମାର ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସମ୍ୟଜିତ ଭକ୍ତଙ୍କ ନେତୃତ୍ୱ ରେ ଆଜି ସକାଳେ ୩୬ ଜଣିଆ ଏକ ଟିମ୍ ସୀମାନ୍ତ ଜଙ୍ଗଲରେ ଅପେରସନ ଆରମ୍ଭ କରିଥିଲା l ଉକ୍ତ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ କିଛି ମାଓବାଦୀ ସେଠାରୁ ଖସି ପଳାଇଥିବା ଜଣାପଡ଼ିଛି l

ମାଓ କ୍ୟାମ୍ପ ଠାବ ନେଇ ସିଆରପିଏଫ୍G/127 ବାଟାଲିୟନ କମାଣ୍ଡଣ୍ଟ ଆନନ୍ଦ ଝା ସୂଚନା ଦେଇଛନ୍ତି l ଅନ୍ୟପଟେ ଆଗକୁ ମଧ୍ୟ ଏଭଳି ଅପରେସନ ଜୋରଦାର କରାଯିବ ବୋଲି କହିଛନ୍ତି କମାଣ୍ଡାଣ୍ଟ ଝା ।