ଦୁଇଟି ସ୍ଥାନରୁ ୬୫ କେଜି ଗଞ୍ଜେଇ, କାର ଓ ବାଇକ ଜବତ ସହ ୪ ଗଞ୍ଜେଇ ମାଫିଆକୁ ଗିରଫ

0
121
ଦୁଇଟି ସ୍ଥାନରୁ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୨୩/୦୫) : ଭିନ୍ନ ଭିନ୍ନ ଦୁଇଟି ସ୍ଥାନରୁ ବିପୁଳ ପରିଣାମ ର ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ କାର ଓ ବାଇକ ଜବତ ସହ ୪ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ।

ପୋଲିସ ସୂଚନା ମତେ କଣ୍ଟାମାଲ ପୋଲିସ ଖବର ପାଇ ଏକ ଟିମ ଦୁଇଟି ସ୍ଥାନରୁ ଯଥା ମଳିକକୁଦ ଓ ସିଲେଟ ପଡାଛକ ନିକଟରୁ ଗଞ୍ଜେଇ ଚୋରା ଚାଲାଣ ବେଲେ ପୋଲିସ ଚଢ଼ାଉ କରି OD 02 BA 5571 ନଂ ଥିବା ଏକ ଡିଜାର କାର ରୁ ୫୦ କେଜି ଓ ବାଇକ ରେ ୧୫ କେଜି ଗଞ୍ଜେଇ ଚାଲାଣ ବେଳେ ଗଂଜେଇ ସହ ଉଭୟ ଗାଡି ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୁକ୍ତ ମାନେ କନ୍ଧମାଳ ଜିଲ୍ଲାର ଭବାନୀ ଶଙ୍କର ପଟନାୟକ, କଟକ ଜିଲ୍ଲା ରାମଚନ୍ଦ୍ର ଦାସ, ନୟାଗଡ ଜିଲ୍ଲା ରାଜାରଞ୍ଜନ ନାୟକ ଓ ସୁବର୍ଣ୍ଣପୁର ଜିଲ୍ଲାର ଲକ୍ଷ୍ମଣ ତାଣ୍ଡି ବୋଲି DSP ତପସ୍ୱିନୀ କହଁର ସୂଚନା ଦେଇଛନ୍ତି ।