Friday, March 29, 2024

Top 5 This Week

Related Posts

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ବିଜେପି ଦଳ ର ଥାନା ଘେରାଉ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୩/୦୫) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ସୋମବାର ଦିନ ବିଜେପି ଦଳ ତରଫରୁ ସଇଁତଲା ଥାନା ଅଧିକାରୀ ଓ ବଡ଼ମାଳ ଫାଣ୍ଡି ଅଧିକାରୀ କାର୍ଯ୍ୟରେ ଅବହେଳା କରିବା ଓ ଶାସକ ଦଳ ର ହାତ ବାରିସୀ ସାଜିଥିବା ବିଜେପି ଦଳ ଅଭିଯୋଗ କରିଛି ।

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ ପ୍ରତିବାଦରେ ଥାନା ସମ୍ମୁଖରେ ବିଜେପି ଦଳ ତରଫରୁ ନାରାବାଜି କରିବା ସହ ଉଭୟ ଅଧିକାରୀମାନଙ୍କୁ ତୁରନ୍ତ ବଦଳି ଦାବୀ କରିଥିଲେ । ଏହି ପରିପେକ୍ଷୀରେ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥିଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ୮ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ସଇଁତଲା ଥାନା ଅଧିକାରୀ ଓ ବଡ଼ମାଳ ଫାଣ୍ଡି ଅଧିକାରୀ ଉଭୟ ମିଶି ସ୍ଥାନୀୟ ମନ୍ତ୍ରୀଙ୍କ ଚାପରେ ପଡି ଜନସାଧାରଣ ମାନଙ୍କର କାର୍ଯ୍ୟ କରୁ ନଥିବା ସହିତ ଅଣଦେଖା କରୁଛନ୍ତି ।

ଏପରିକି ଶାସକ ଦଳ ଲୋକଙ୍କ କାର୍ଯ୍ୟ କରୁଥିବା ବେଳେ ଅନ୍ୟମାନଙ୍କୁ ଗୁରୁତ୍ୱ ଦେଉ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ସେହିପରି ବଡ଼ମାଳ ଫାଣ୍ଡି ଠାରୁ ଡକାୟତମାନଙ୍କୁ ଛାଡି ଦେବା, ସଟ୍ଟା ଓ ମଦ କାରବାର ବୃଦ୍ଧି ପାଉଥିବା ଯୋଗୁଁ ରାତିରେ ଚୋରିହାରୀ ଯୋଗୁଁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡ଼ାକଡ଼ି ଭାବରେ ପୋଲିସ କରୁ ନାହାଁନ୍ତି । ଯାହାଫଳରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଛି ।

ଏହା ସହିତ ଏହି  ବଡ଼ମାଳ ଅଧିକାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହେଉଥିବା ବେଳେ କାହିଁକି ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏପରିକି ଗତ ୨୫ ତାରିଖରେ ସଇଁତଲା ଥାନା କେସ ନଂ ୧୦୭ ରେ ହୋଇଥିବା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଆଜି ପର୍ଯ୍ୟନ୍ତ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ।

ଏଣୁ ଏହାର ପ୍ରତିବାଦରେ ବିଜେପି ନେତା ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ଅକ୍ଷୟ ରଣା, ଚନ୍ଦ୍ରଭାନୁ ପ୍ରଧାନ, ଶାନ୍ତନୁ ପଣ୍ଡା, ଗୋପବନ୍ଧୁ ବଗର୍ତି, ଦାମୋଦର ଭୋଇ, ମହେନ୍ଦ୍ର ଅମାତ, କରୁଣା ପଶାୟତ, ନରେନ୍ଦ୍ର ଘିଭେଲା, ବାସୁଦେବ ଚୌହାନ, ଦୁଃଖଶ୍ୟାମ ରଣା, ମକରମ ରଣା, ସୁବାଷ ବେହେରା, ସୁଦର୍ଶନ ପ୍ରଧାନ, ଜଗନ୍ନାଥ ବୁଡ଼େକ, ଯୁଗଳ କିଶୋର ସିଂ ଦେଓ, ଚିତ୍ତରଞ୍ଜନ ରାଜପଲିଆ, ଶାନ୍ତିଲତା ବିଶି, ସବିତା ଠାକୁର, ରୁକ୍ମଣୀ ଠାକୁର, ଜୟନ୍ତୀ ମନହିରା, ବୁନ୍ଦାବତୀ ବାଗ, ଗୌରୀ ମାଝୀ ଓ ଭାନୁ ବଗର୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ମାଜିଷ୍ଟ୍ରେଟ ଭାବରେ ସଇଁତଲା ତହସିଲଦାର ସୁରେନ୍ଦ୍ର ମେହେରଙ୍କ ସମେତ ଗୋଟିଏ ସେକ୍‌ସନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Popular Articles