କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

0
371
କୋଟପାଡ଼ ପଞ୍ଚାୟତ ସମିତି

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋଟପାଡ଼, (୨୪/୦୫) : କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 05 24 at 6.23.23 AM କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

ବ୍ଲକରେ ଥିବା ସ୍କୁଲ୍ ମାନଙ୍କରେ ଶିକ୍ଷକ ଅଭାବ ସମସ୍ୟା, ମାଁ ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀକୁ କ୍ୟାଣ୍ଟିନ ଦାୟିତ୍ୱ ପ୍ରଦାନ, ଗୀର୍ଲ୍ଲା ଆଶ୍ରମ ସ୍କୁଲରେ ଲାଗି ରହିଥିବା ସମସ୍ୟା ର ଆଗାମୀ ୭ ଦିନ ମଧ୍ୟରେ ସମାଧାନ, ଗୋପବନ୍ଧୁ ପାଠାଗାର ପରିସରରେ ଇଣ୍ଡୋର ଷ୍ଟାଡ଼ିଯମ ନିର୍ମାଣ ପାଇଁ ଦୀର୍ଘବର୍ଷ ହେବ ପଡ଼ି ରହିଥିବା ଟଙ୍କା ଖର୍ଚ୍ଚ କରି କାମ ତୁରନ୍ତ ଆରମ୍ଭ କରିବା ଏବଂ ଏନ.ଏ.ସି. ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ ଏବଂ ସହରରେ ଅନେକ ଜାଗାରେ ଷ୍ଟ୍ରିଟ ଲାଇଟ ଲାଗୁ ନଥିବା ନେଇ ଅଭିଯୋଗ ହୋଇଥିବା ଜଣାପଡିଛି । କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏହି ଅଭିଯୋଗ ପ୍ରକୋଷ୍ଠରେ ସାମୁହିକ ୩୯ଟି ଗୋଷ୍ଠୀଗତ ଏବଂ ବ୍ୟକ୍ତିଗତ ୫୦ଟି ଏହିପରି ମୋଟ ୮୯ଟି ଅଭିଯୋଗ ର ଶୁଣାଣି ହୋଇଥିବା ଜଣାପଡିଛି ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦାଶରଥି ସରାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକର୍ମରେ ଜିଲ୍ଲାପାଳ ଶ୍ରୀ ମହମ୍ମଦ ଅବଦୁଲ ଅଖତାର, ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁ୍ଣ୍ଠାପାଲି, କୋରାପୁଟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ହେମକାନ୍ତ ସାଏ, ତହସିଲଦାର ଶ୍ରୀ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ଜିଲ୍ଳା ଚିକିତ୍ସା ଅଧିକାରୀ ଶ୍ରୀ ଅରୁଣ ପାଢ଼ୀ, କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର ଖରା, କୋରାପୁଟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସିମାଞ୍ଚଳ ମହାପାତ୍ର, ନମିତା ବାଘ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କମଳା ପୂଜାରୀଙ୍କ ସମେତ ଜନସ୍ଵାଥ୍ୟ, ମୃତ୍ତିକା ସଂରକ୍ଷଣ, ବିଦ୍ୟୁତ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, କ୍ଷୁଦ୍ରଜଳସେଚନ, ରାସ୍ତା ଓ ଗୃହନିର୍ମାଣ ଇତ୍ୟାଦି ବିଭାଗ ର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିବାର ଜଣାପଡିଛି । ଲୋକଙ୍କ ସମସ୍ୟାକୁ ଭିତ୍ତି କରି ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିଥିବା ଜଣାପଡିଛି ।