ଚନ୍ଦ୍ରପୁର ରାସ୍ତା ଉପରେ ଆଦିବାସୀ ନାବାଳିକା ର ମୃତଦେହ ଉଦ୍ଧାର

0
141
ଚନ୍ଦ୍ରପୁର

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡା, (୨୭/୫) : ଖୁସି ଆନନ୍ଦ ମନରେ ଯାତ୍ରା ଦେଖିବାକୁ ଆସିଥିଲେ ତିନି ଭଉଣୀ କିନ୍ତୁ ଵିଧାତା ଏମାନଙ୍କ ଆନନ୍ଦକୁ ଛଡାଇ ନେଇ ଦୁଃଖ ସାଗରରେ ଭସାଇ ଦେଲା । ଏପରି ଏକ ଦୁଃଖଦ ଅଭାବନୀୟ ପରିସ୍ଥିତି ଘଟି ଯାଇଛି ରାୟଗଡା ଜିଲ୍ଲା ଉପାନ୍ତ ଚନ୍ଦ୍ରପୁର ବ୍ଲକ ଚିଚିପଙ୍ଗା ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ଜଣେ ନାବାଳିକା ଆଦିବାସୀ ମହିଳାଙ୍କ ମର ଶରୀର ପଡିଥିବା ଦେଖିବାକୁ ମିଳିଥିଲା ।WhatsApp Image 2022 05 27 at 6.30.07 PM ଚନ୍ଦ୍ରପୁର ରାସ୍ତା ଉପରେ ଆଦିବାସୀ ନାବାଳିକା ର ମୃତଦେହ ଉଦ୍ଧାର

ଚନ୍ଦ୍ରପୁରୁ ଵ୍ଲକ ସାର୍କିମା ପଞ୍ଚାୟତ ର ଲିଟିଗୁଡା ଗ୍ରାମ ର ମିଟିକା କ୍ରାଇସିକା ଙ୍କ ତିନି ଝିଅ ଗତକାଲି ଚନ୍ଦ୍ରପୁର ସଦର ମହକୁମାରେ ଅନୁଷ୍ଠିତ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲେ । ରାତିରେ ଯାତ୍ରା ଦେଖୁଥିଵା ଵେଳେ ତିନି ଭଉଣୀଙ୍କ ମଧ୍ୟରୁ ପାର୍ଦି କ୍ରାଇସ୍କା ନାମକ ଶୋଳ ବର୍ଷ ର ଭଉଣୀ ହଠାତ୍ ଦିଶିଲା ନାହିଁ, ଅନ୍ୟ ଭଉଣୀ ଦୁଇଜଣ ଖୋଜି ଥିଲେ ମଧ୍ୟ ରାତିରେ ଭଉଣୀ ପାର୍ଦି ର ପତ୍ତା ମିଳି ନଥିଲା ।

ଶେଷରେ ଗାଁ କୁ ଯିବା ସମୟରେ ତାଙ୍କର ପୂର୍ତିଗୁଡା ର ସମ୍ପର୍କୀୟଙ୍କ ଜ୍ୱାଇଁ ତୁମ୍ବା ଗୁମିଡାଙ୍ଗା କୁ ପଚାରିବାରୁ ସେ କହିଥିଲେ ପାର୍ଦି ଅନ୍ୟ ସାଙ୍ଗମାନଙ୍କ ସହ ଆସିବ । ଏହା ଶୁଣି ଦୁଇ ଭଉଣୀ ଵିଶ୍ଵାସ କରି ଚାଲିଗଲେ । ସକାଳୁ ଲୋକମାନେ ଯିବାବେଳେ ଦେଖିଥିଲେ ପାର୍ଦି ର ମୃତ ଶରୀର ଚିଚିପଙ୍ଗା ନିକଟ ଚନ୍ଦ୍ରପୁରୁ ଯିବା ପିଚୁରାସ୍ତା କଡରେ ପଡିଛି । ଏହା ଦେଖି ଚନ୍ଦ୍ରପୁରୁ ଥାନାରେ ଜଣା ଯାଇଥିଲେ ମଧ୍ୟ ଵହୁ ବିଳମ୍ଵରେ ପୋଲିସ ନ ଆସିବାରୁ ଉତ୍ୟକ୍ତ ଲୋକ କିଛି ସମୟ ପାଇଁ ଥାନାରେ ହୋହାଲ୍ଲା କରିଥିଲେ ।

ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶଵ ଜଵତ କରିବା ସହ ସାଇଣ୍ଟିଫିକ୍ ଟିମ୍ ର ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ କରାଯାଉଛି । ଶବକୁ ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଛି । ଅପରପକ୍ଷରେ ଖବର ପାଇ ମୁନିଗୁଡା ଏସଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଚନ୍ଦ୍ରପୁରୁରେ ପହଞ୍ଚି ତଦନ୍ତ ତନାଘନ କରୁଥିବା ବେଳେ ସମ୍ପର୍କୀୟ ଜ୍ୱାଇଁ ତୁମ୍ବାକୁ ଅଟକ ରଖିଛନ୍ତି ।