Thursday, March 28, 2024

Top 5 This Week

Related Posts

କୋରନା ର ତୃତୀୟ ଲହର ପାଇଁ ପୋଲିସ ପ୍ରଶାସନ ତରଫରୁ କଡ଼ାକଡ଼ି ଚେକିଂ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୦୫/୦୮) : ଏହି ଅଗଷ୍ଟ ମାସରେ କୋରନା ର ତୃତୀୟ ଲହର ଆସିବାକୁ ଥିବା ହେତୁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟବାସୀ ଙ୍କୁ ସଚେତନ କରାଇଦିଆଯାଇଛି ।WhatsApp Image 2021 08 05 at 12.15.09 PM କୋରନା ର ତୃତୀୟ ଲହର ପାଇଁ ପୋଲିସ ପ୍ରଶାସନ ତରଫରୁ କଡ଼ାକଡ଼ି ଚେକିଂ

ଏହି ଅବସର ରେ ଢେଙ୍କାନାଳ ର ପୋଲିସ ପ୍ରଶାସନ ତରଫରୁ ଢେଙ୍କାନାଳ ସହର ର ବିଭିନ୍ନ ଛକ ସ୍ଥାନ ତଥା ଜନଗହଳି ସ୍ଥାନ ମାନଙ୍କରେ କୋରନା ର ଗାଇଡଲାଇନ ମୁତାବକ କଡ଼ାକଡ଼ି ଭାବେ ମାସ୍କ ଓ ସାମାଜିକ ଦୂରତା କୁ ଚେକିଂ କରାଯାଉଛି । ଟ୍ରାଫିକ ଦାୟିତ୍ୱରେ ଥିବା ଏ.ଏସ.ଆଇ. ବିଚିତ୍ର ନନ୍ଦ କର ଙ୍କ ତତ୍ୱବାଧାନ ରେ ଏହି ଚେକିଂ କାର୍ଯ୍ୟ ହୋଇଯାଇଛି ।

କୋରନାର ଦ୍ୱିତୀୟ ଲହର ସାରି ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ ମୁକ୍ତ ହୋଇନାହିଁ । ତେଣୁ କିଭଳି ଭାବେ ନିଜେ ତଥା ନିଜ ପରିବାର କୁ ସୁରକ୍ଷିତ ରଖିବା ସେଥି ପାଇଁ ସାବଧାନ ହେବା ନିତ୍ୟାନ୍ତ ଆବଶ୍ୟକ ରହିଛି ।

Popular Articles