ରିପୋର୍ଟ : ରାମନାଥ ଗନ୍ତାୟତ
ସୁବର୍ଣ୍ଣପୁର, (୩୧/୦୫) : ସିଭିଲ ସର୍ଭିସ ପରୀକ୍ଷା ରେ ୬୩ ତମ ସ୍ଥାନରେ ଓଡିଶା ର ସୁବର୍ଣ୍ଣପୁର ଜିଲ୍ଲା ର କାର୍ତ୍ତିକ ପାଣିଗ୍ରାହୀ ରହିଛନ୍ତି । ଦିଲ୍ଲୀରେ ସେ ନିଜର ପ୍ରସ୍ତୁତି କରିବା ସହ ଏହି ସଫଳତା ପାଇଛନ୍ତି ।
କୋଭିଡ ସମୟରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ବେଳେ ଅନେକ କଷ୍ଟ ର ସାମ୍ନା କରିଥିଲେ କାର୍ତ୍ତିକ । ମେନ୍ସ ପରୀକ୍ଷା ପରେ ସେ କୋଭିଡରେ ସଂକ୍ରମିତ ହୋଇଥିଲେ । ଏହା ପରେ ସେ ସାକ୍ଷାତାକାରକୁ ନେଇ ଚିନ୍ତାରେ ଥିଲେ । ତେବେ ପରେ ନିଜର ପରିଶ୍ରମ ବଳରେ ଏହି ସଫଳତା ହାସଲ କରିଛନ୍ତି ।
ଏହି ପରୀକ୍ଷା ପାଇଁ ସେ ନିଜକୁ ସବୁବେଳେ ପ୍ରୋତ୍ସାହିତ କରୁଥିଲେ । କରୋନା ର ଭୟାବହତା ଭିତରେ ଗୋଟିଏ ଲକ୍ଷ୍ୟ ଆଗରେ ଥିଲା କେଉଁଭଳି ମୁଁ ଏହି ପରୀକ୍ଷାରେ ସଫଳତା ପାଇବି । ଆଉ ଏହି ପ୍ରେରଣା ମୋତେ ସଫଳ କରିଥିବା କାର୍ତ୍ତିକ କହିଛନ୍ତି । ପରୀକ୍ଷା ପ୍ରସ୍ତୁତି ପାଇଁ କୌଣସି ସ୍ପେଶାଲ ଜାଗା ର ଆବଶ୍ୟକତା ନଥାଏ । ଆମେ ନିଜେ ସ୍ପେଶାଲ ତେଣୁ ଆମେ ଯେଉଁଠି ରହିବି ନିଜକୁ ପ୍ରସ୍ତୁତି କରିପାରିବା । ଭବିଷ୍ୟତରେ ସେ ଆଇଏଏସ ହେବା ସହ ପରିବେଶ କ୍ଷେତ୍ରରେ କାମ କରିବା ପାଇଁ ଇଚ୍ଛା ରଖିଥିବା ସ୍ପଷ୍ଟ କରିଛନ୍ତି ।