Thursday, March 28, 2024

Top 5 This Week

Related Posts

ମହାରାଷ୍ଟ୍ରରୁ ଓମିକ୍ରନ ର ନୂଆ ଉପପ୍ରଜାତି ଚିହ୍ନଟ : ପୁନେରେ ୪ଜଣ ‘ବିଏ.୪’, ୩ ଜଣ ‘ବିଏ.୫’ ଆକ୍ରାନ୍ତ

ରିପୋର୍ଟ : ରାମନାଥ ଗନ୍ତାୟତ
ମହାରାଷ୍ଟ୍ର/ଭୁବନେଶ୍ୱର, (୩୧/୦୫) : ମହାରାଷ୍ଟ୍ରରୁ ଦେଶର ପ୍ରଥମ ଓମିକ୍ରନ୍ ଉପପ୍ରଜାତି ମାମଲା ଚିହ୍ନଟ ହୋଇଛି । ୪ ଟି ବିଏ.୪ ଓମିକ୍ରନ୍ ଉପପ୍ରଜାତି ଓ ୩ ଟି ବିଏ.୫ ଉପପ୍ରଜାତି ମାମଲା ଆସିଛି । ସମସ୍ତ ୭ ଜଣ ରୋଗୀ ପୁନେ ର ବୋଲି ଜଣାପଡ଼ିଛି ।

ମହାରାଷ୍ଟ୍ରରୁ ଓମିକ୍ରନ ର ନୂଆ ଉପପ୍ରଜାତି ଆକ୍ରାନ୍ତ ମାନଙ୍କ ମଧ୍ୟରେ ୩ ଜଣ ମହିଳା ଓ ୪ ଜଣ ପୁରୁଷ ରହିଛନ୍ତି । ୪ ଜଣ ରୋଗୀଙ୍କ ବୟସ ୫୦ ବର୍ଷରୁ ଅଧିକ ହେବ । ୨୦ ରୁ ୪୦ ବର୍ଷ ମଧ୍ୟରେ ୨ ଜଣ ରୋଗୀ ଅଛନ୍ତି । ଜଣେ ୯ ବର୍ଷରୁ ଶିଶୁକୁ ଛାଡିଦେଲେ ଅନ୍ୟ ସମସ୍ତେ କରୋନା ର ୨ ଟି ଯାକ ଡୋଜ ନେଇ ସାରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ବୁଷ୍ଟର ଡୋଜ୍ ମଧ୍ୟ ନେଇଛନ୍ତି ।

ଏହି ରୋଗୀଙ୍କ ନିକଟରେ କରୋନା ର ସାମାନ୍ୟ ଲକ୍ଷଣ ରହିଛି । ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ୍ ରେ ରଖାଯାଇଛି । ଏହି ୭ ଜଣଙ୍କ ନମୁନା ମେ’ ୪ ରୁ ୧୮ ମଧ୍ୟରେ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ ୨ ଜଣ ଦକ୍ଷିଣ ଆଫ୍ରିକା ଏବଂ ବେଲଜିୟମ୍ ରୁ ଫେରିଛନ୍ତି । ୩ ଜଣ କେରଳ ଓ କର୍ଣ୍ଣାଟକ ଯାଇଥିଲେ ।

Popular Articles