ଓଡିଶା ମାଧ୍ୟମିକ ଶିକ୍ଷାବୋର୍ଡ ପକ୍ଷରୁ ଗତ ଜୁଲାଇ ୩୦ ତାରିଖରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ

0
341

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା,(୦୫/୦୮) : ଚଳିତବର୍ଷ କରୋନା ପରିସ୍ଥିତିକୁ ନେଇ ଶିକ୍ଷାକ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା l କରୋନା ଯୋଗୁଁ ଚଳିତବର୍ଷ ମେଟ୍ରିକ ରେଜଲ୍ଟ କ୍ଷେତ୍ରରେ ଏକପ୍ରକାର ବିବାଦୀୟ ପରିସ୍ଥିତି ଦେଖାଦେଇଛି l କିଛି ଛାତ୍ରଛାତ୍ରୀ ନିଜ ନିଜ ପରୀକ୍ଷା ଫଳନେଇ ଅସନ୍ତୁଷ୍ଟ ପ୍ରକାଶ କରିଥଲେ l ଯେଉଁମାନେ ନିଜ ମାର୍କ ନେଇ ସନ୍ତୁଷ୍ଟ ନୁହନ୍ତି, ସେହିମାନଙ୍କ ପାଇଁ ଓଡିଶା ମାଧ୍ୟମିକ ଶିକ୍ଷାବୋର୍ଡ ପୁନର୍ବାର ପରୀକ୍ଷା ଦେବାର ସୁଯୋଗ ଦେଇଥିଲେ l abfc58cb 52d8 488a 87c9 03b9648a097d ଓଡିଶା ମାଧ୍ୟମିକ ଶିକ୍ଷାବୋର୍ଡ ପକ୍ଷରୁ ଗତ ଜୁଲାଇ ୩୦ ତାରିଖରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ

ଓଡିଶା ମାଧ୍ୟମିକ ଶିକ୍ଷାବୋର୍ଡ ପକ୍ଷରୁ ଗତ ଜୁଲାଇ ୩୦ ତାରିଖରୁ ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ପାଇଁ ପରୀକ୍ଷା ଆରମ୍ଭ ହୋଇଛି l ଏହା ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ପ୍ରତିଦିନ ଦୁଇଟି ସିଟିଙ୍ଗ ରେ ପରୀକ୍ଷା ରଖାଯାଇଛି l ପ୍ରଥମ ସିଟିଙ୍ଗ ରେ ରେଗୁଲାର ପିଲା ଓ ଦ୍ଵିତୀୟ ସିଟିଙ୍ଗ ରେ ଏକ୍ସ ରେଗୁଲାର ପିଲା ପରୀକ୍ଷା ଦେବାପାଇଁ ବ୍ୟବସ୍ଥା କରାଯାଇଛି l ପ୍ରତିଦିନ ଗୋଟିଏ ଲେଖାଏଁ ବିଷୟର ପରୀକ୍ଷା ରଖାଯାଇଛି l776cbe9b a685 40c0 b780 ee0c1fbbd0cf ଓଡିଶା ମାଧ୍ୟମିକ ଶିକ୍ଷାବୋର୍ଡ ପକ୍ଷରୁ ଗତ ଜୁଲାଇ ୩୦ ତାରିଖରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ

ରାୟଗଡା ଜିଲ୍ଲପାଇଁ ସର୍ବମୋଟ ଦଶଟି ପରୀକ୍ଷା କେନ୍ଦ୍ର ଖୋଲା ଯାଇଛି ରାୟଗଡା ସହରପାଇଁ ଦୁଇଟି ସେଣ୍ଟର ଯଥା ଜିସିଡ଼ି ହାଇସ୍କୁଲ ଓ ଆରଏସଇଡବ୍ଲୁସି ଜେଏସକୋ ହାଇସ୍କୁଲ ରହିଛି । ଅନ୍ୟାନ୍ୟ ବ୍ଲକ ପାଇଁ ଯଥା ଏଲପିଏସ ସିଂଘାଣିଆ ହାଇସ୍କୁଲ, ଟିକିରି ହାଇସ୍କୁଲ କାଶୀପୁର, କେ.ସିଙ୍ଗପୁର ହାଇସ୍କୁଲ, ମୁନିଗୁଡା ହାଇସ୍କୁଲ, ହାଟମୁନିଗୁଡା ହାଇସ୍କୁଲ, ବିକ୍ରମପୁର ସରକାରୀ ବାଳିକା ହାଇସ୍କୁଲ, ଏସଆରସିଏସ ହାଇସ୍କୁଲ ପ୍ରମୁଖ ଦଶଟି କେନ୍ଦ୍ର ରଖାଯାଇଛି l

ରାୟଗଡା ଜିସିଡ଼ି ହାଇସ୍କୁଲ ରେ ୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ଆବେଦନ କରିଥିଲେ ସୁଦ୍ଧା, ୩୨ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଛନ୍ତି ବୋଲି ରାୟଗଡା ଜିସିଡି ହାଇସ୍କୁଲ ଶିକ୍ଷା ନିରିକ୍ଷକ ଶ୍ରୀଯୁକ୍ତ ଶଶୀଭୂଷଣ ପଟ୍ଟନାୟକ ସୂଚନା ଦେଇଛନ୍ତି l ଏବିଇଓ ୱାଙ୍ଗଗ୍ରାହି ସାବର ଏହି ସମସ୍ତ ପରୀକ୍ଷା ପ୍ରକ୍ରିୟାର ପ୍ରତ୍ୟକ୍ଷ ତତ୍ୱାବଧାନରେ ରହିଛନ୍ତି l