ଆଜି କୃଷି ବିଜ୍ଞାନ କେନ୍ଦ୍ର ରାୟଗଡା ଗୁଣପୁର ପରିସରରେ ଗରିବ କଲ୍ୟାଣ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

0
188
ଆଜି କୃଷି ବିଜ୍ଞାନ

ରିପୋର୍ଟ : ବିରଞ୍ଚି ପ୍ରସାଦ
ରାୟଗଡା, (୦୧/୦୬) : ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଠ ବର୍ଷ ଶାସନ କାଳ ପୂର୍ତ୍ତି ଅବସରରେ ଆଜିର ଏହି ଗରିବ କଲ୍ୟାଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଜି କୃଷି ବିଜ୍ଞାନ କେନ୍ଦ୍ର ରାୟଗଡା ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଗର୍ବିତ ।

ଆଜି କୃଷି ବିଜ୍ଞାନ କେନ୍ଦ୍ର ରାୟଗଡା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଶିଵ ପଟ୍ଟନାୟକ ଜିଲ୍ଲା ସଭାପତି (ଭାରତୀୟ ଜନତା ପାର୍ଟି) ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଦିବା ୧୧ ଘଟିକାରେ ଜାତୀୟ କାର୍ଯ୍ୟକ୍ରମ ସହିତ ସଂଯୁକ୍ତ ହୋଇଥିଲା ଓ ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ସିମଲା ଠାରୁ ସିଧା ପ୍ରସାରଣ ମାଧ୍ୟମରେ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ବୁଝାଇଥିଲେ ଓ ଚାଷୀ ମାନଙ୍କ ସହ ସିଧାସଳଖ ବାର୍ତ୍ତାଳାପ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ବାଳିରାମ ମାଝୀ ଜାତୀୟ ସାଧାରଣ ସଂପାଦକ (ଏସ୍ ଟି ମୋର୍ଚ୍ଚା) ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହରେକୃଷ୍ଣ ପାଢ଼ୀ, ନିଳାଦ୍ରୀ ବିହାରୀ ପାତ୍ର, ଵସନ୍ତ ଉଲାକା, ଵିଦ୍ୟା ଶଵର ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ଚାଷିମାନଙ୍କୁ ସଚେତନ କରାଇଥିଲେ । ଗୁଣପୁର କୃଷି ଜିଲ୍ଲା ଅଧିକାରୀ ଶ୍ରୀ ବିଷ୍ଣୁ ଚରଣ ସାହୁ ଯୋଗଦେଇ କୃଷି ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ଆଜି ସମ୍ମାନୀୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନୀଧି ର ଏକାଦଶତମ କିସ୍ତି ହିତାଧିକାରୀ ମାନଙ୍କୁ ପ୍ରଦାନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଵିନୋଦ ଚନ୍ଦ୍ର ବେହେରା କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ହେଉଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିମଳ ତରାଇ, ସୁମିତ୍ରା ମହାନ୍ତି, ହିମାଦ୍ରୀ ବାଗ, ସ୍ୱର୍ଣ୍ଣ ସାରିକା ବେହେରା, ଗୀତାଞ୍ଜଳି ଦାସ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

ତେଵେ ଗୁଣପୁର ଉପଖଣ୍ଡରୁ ଶତାଧିକ ମହିଳା ଓ ପୁରୁଷ ଚାଷୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜାଣିବାକୁ ପାଇଥିଲେ ଓ ଉପସ୍ଥିତ ନେତା ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।