ଭାରତୀୟ ଜନତା ପାର୍ଟି ର ରାୟଗଡା ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0
390

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୦୫/୦୮) : ଭାରତୀୟ ଜନତା ପାର୍ଟି, ଓଡ଼ିଶା ପ୍ରଦେଶର ସଭାପତି ଡ଼ଃ ବିଭୁ ପ୍ରସାଦ ତରାଇ ମହୋଦୟଙ୍କ ନିର୍ଦ୍ଦେଶାନୁକ୍ରମେ ଆଜି ରାୟଗଡା ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।0e04366e 4615 412e 959b e06dbffada6b ଭାରତୀୟ ଜନତା ପାର୍ଟି ର ରାୟଗଡା ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟି ର ଉକ୍ତ କାର୍ଯ୍ୟକ୍ରମରେ ଦଳିତ ମାନଙ୍କ ପ୍ରତି ଆକ୍ରମଣ କରୁଥିବା ଶାସକ ଦଳ ବିଜେଡ଼ିର ଗୁଣ୍ଡାଗିରିକୁ ଓ ସମ୍ବିଧାନ ପ୍ରଣେତା ଡ଼ଃ ବି. ଆର. ଆମ୍ବେଦକରଙ୍କ ଫୋଟୋ ଚିତ୍ରକୁ ଫଫାଡିବା ଘଟଣାକୁ ବିରୋଧ କରି ଆସନ୍ତା ୧୦.୦୮.୨୦୨୧ ତାରିଖରେ ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସମ୍ପର୍କରେ ସୂଚନା ଦିଆଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ ତଥା ରାୟଗଡ଼ା ପ୍ରଭାରୀ ଶ୍ରୀ ଜି. ସଂଜୀବ କୁମାର, ଜିଲ୍ଲା ଏସି. ମୋର୍ଚ୍ଚା ସଭାପତି ଶ୍ରୀ ବିଭିସନ ପାଣି, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା, ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ, ଜିଲ୍ଲା ଏସ. ସି. ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ଟି. ନାଗାରାଜୁ, ଜିଲ୍ଲା ବିଜେପି ଉପସଭାନେତ୍ରୀ ଶ୍ରୀମତୀ ଅର୍ଚନା ବର୍ମା, ଜିଲ୍ଲା ଏସ. ସି. ମୋର୍ଚ୍ଚା ଉପସଭାପତି ଶ୍ରୀ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।