Friday, March 29, 2024

Top 5 This Week

Related Posts

୫ କୋଟି ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଇତିହାସ ସୃଷ୍ଟି କରିଛି ଲମତାପୁ ପୋଲିସ

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୦୩/୦୬) : ୫ କୋଟି ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଓଡିଶାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ଲମତାପୁଟ ପୋଲିସ । ୫ ଟନ ଗଞ୍ଜେଇ ବୋଝେଇ ୧୪ ଚକିଆ ଟ୍ରକ ସହ ୩ ଜଣ ଗଞ୍ଜେଇ ମାଫିଆ କୁ ଗିରଫ କରିଛି ଲମତାପୁଟ ପୋଲିସ ।

ଅଭିନବ ଉପାୟରେ ଲୁଣ ବୋଝେଇ ଟ୍ରକରେ ୫ କୋଟି ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଲମତାପୁଟ ପୋଲିସ । ଆପଣ ଯେଉଁ ସହ ସହ ବସ୍ତା ଦେଖୁଛନ୍ତି କୌଣସି ଧାନ ମଣ୍ଡି ନୁହଁ । ଏହି ବସ୍ତା ଗୁଡିକରେ ରହିଛି ଗଞ୍ଜେଇ । ଲମତାପୁଟ ଏହି ବସ୍ତା ଗୁଡିକ ସଜେଇ ରଖିଛି । ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ. ଡ଼ି. ପିଓ. ଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ଟୀକାପୁଟ ଗ୍ରାମ ନିକଟରେ ଲୁଣ ବୋଝେଇ ଟ୍ରକରେ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ ।

ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ବିଶାଖାପାଟଣା ରୁ ଲୁଣ ବୋଝେଇ କରି ଆଣିଥିଲେ ମାଫିଆ । ଟିକାପୁଟ ଗ୍ରାମ ନିକଟରେ ବିପୁଳ ଗଞ୍ଜେଇ ଟ୍ରକରେ ଲାଦିବା ପରେ ଉପରେ ଲୁଣବସ୍ତା ରଖିଥିଲେ ମାଫିଆ ମାନେ । ଲମତାପୁଟ ପୋଲିସ ଟିକାପୁଟ ରୁ ଛତିଶଗଡ ଚାଲଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ମାଡି ବସିଥିଲା ୩ ଜଣ ଗଞ୍ଜେଇ ମାଫିଆକୁ । ଅନ୍ଧାର ର ସୁଯୋଗ ନେଇ ଅନ୍ୟ ୨ ମାଫିଆ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇ ଥିବାବେଳେ ଟ୍ରକକୁ ଜବତ କରିଥିଲା ପୋଲିସ ।

ଟ୍ରକ ରୁ ଲୁଣ ଖାଲି କରିବା ପରେ ପୋଲିସ ର ହୋସ ଉଡିଯାଇଥିଲା ୨୨୩ ଟି ବସ୍ତାରେ ପ୍ରାୟ ୫ ଟନ ରୁ ଅଧିକ ଗଞ୍ଜେଇ ଥିବାବେଳେ ଏହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଅତିରିକ୍ତ ଏସ ପି କହିଛନ୍ତି । ଗିରଫ ବ୍ୟକ୍ତି ମାଛକୁଣ୍ଡ ଥାନା ଅନ୍ତର୍ଗତ ଯୋଡ଼ିଆପୁଟ ଗ୍ରାମ ସୁଦର୍ଶନ ଲେନ୍ଦ୍ରୁ, ଉତ୍ତର ପ୍ରଦେଶ ଅଞ୍ଚଳର ର ଉମେଶ ବାବୁ ଏବଂ ସିଂହପାଲ ବୋଲି କହିଛନ୍ତି ।

ସବୁଠାରୁ ବଡ କଥା ଓଡିଶା ପୋଲିସ ଆଜି ପର୍ଯ୍ୟନ୍ତ ଏତେ ପରିମାଣରେ ଗଞ୍ଜେଇ ଧରିବାରେ ସକ୍ଷମ ହୋଇ ନଥିଲା । ପ୍ରଥମ ଥର ଲମତାପୁଟ ପୋଲିସ ର ଏହି ସଫଳତା ପାଇଁ କୋରାପୁଟ ଏସପି ନିଜେ ଘଟଣା ର ଅନୁଧ୍ୟାନ କରିଛନ୍ତି । ଅନ୍ୟ ପକ୍ଷରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ପୋଲିସ ବଡ ପଦକ୍ଷେପ ନେଉଥିବା କହିଛି । ଗଞ୍ଜେଇ ଚାଷ ନଷ୍ଟ କରିବା । ୨୪ ଘଣ୍ଟିଆ ନାକା ବନ୍ଦୀ କରିବା ।

ଗଛିତ ଥିବା ଜାଗାରେ ପୋଲିସ ର ଚଢାଉ କରିବା ଏବଂ ବାହାର ରାଜ୍ୟ ର ମଫିଆ ଏବଂ ସ୍ଥାନୀୟ ମାଫିଆ ଙ୍କୁ ଗିରଫ କରିବା ଭଳି କଡା ପଦକ୍ଷେପ ନିଆ ଯାଉଥିବା କହିଛନ୍ତି କୋରାପୁଟ ଆରକ୍ଷୀ ଅଧିକ୍ଷକ । ଆଜିର ଏହି ଗଞ୍ଜେଇ ଚୋରା ଚାଲାଣ ରୋକିବା ପୋଲିସ ପାଇଁ ବଡ ସଫଳତା ପାଇଥିବା କହିବା ସହ ଆଗାମୀ ଦିନରେ ଗଞ୍ଜେଇ ଚୋରା ଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବା ପୋଲିସ ଲକ୍ଷ ରଖିଛି ବୋଲି ଏସଡ଼ିପିଓ କହିଛନ୍ତି ।

Popular Articles