Friday, March 29, 2024

Top 5 This Week

Related Posts

ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ : ଜିଲ୍ଲା କାର୍ଯ୍ୟ।ଳୟରୁ ସଚେତନତା ରଥର ଶୁଭାରମ୍ଭ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୫/୮) : ଅପପୃଷ୍ଟି ଓ ଶିଶୁ ମୃତ୍ୟୁ ହାରକୁ ରୋକିବା ଦିଗରେ ସ୍ତନ୍ୟପାନର ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି । ସ୍ତନ୍ୟପାନର ଉପକାରିତା ଓ କୁପୋଷଣକୁ ଦୂରେଇବା ନିମନ୍ତେ ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅବସରରେ ବ୍ୟାପକ ଜନ ସଚେତନତା କାର୍ଯ୍ୟ କ୍ରମ ମାନ ଅଙ୍ଗନୱାଡି ଓ ଗ୍ରାମ ପଞ୍ଚାୟତ ସ୍ତରରେ କରାଯାଉଛି ।

ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ କୁ ନେଇ ବିଶେଷ କରି ଅଙ୍ଗନୱାଡି ସ୍ତରରେ ଗର୍ଭବତୀ ଓ ପ୍ରସୃତି ମହିଳା ଏବଂ ସ୍ବଂସହାୟକ ଦଳ ମାନଙ୍କ ସହିତ ଶିଶୁକୁ କୁପୋଷଣ ରୁ ରୋକିବାରେ ମା କ୍ଷୀର ର ଗୁରୁତ୍ଵ , ରକ୍ତ ହୀନତାର ମୁକାବିଲାର ବିଭିନ୍ନ ଦିଗ, ସନ୍ତୁଳିତ ଆହାର ଓ ବାଲ୍ୟ ବିବାହର କୁପରିଣାମ ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଶିଶୁ ଜନ୍ମର ଏକ ଘଣ୍ଟା ସମୟ ମଧ୍ୟରେ ମାର ପ୍ରଥମ ଓ ହଳଦିଆ କଷ କ୍ଷୀର ଶିଶୁ କୁ ନିଶ୍ଚୟ ଦେବା ବିଷୟରେ ଆଲୋଚନା କରାଯାଉଛି ।

ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଜିଲ୍ଲାର ସମସ୍ତ ଗ୍ରାମ ଗୁଡିକରେ ସଚେତନ କରାଇବା ନିମନ୍ତେ ଆଜି ସମାଜ କଲ୍ଯାଣ ବିଭାଗ ଓ ପି ଏଚେ ଆର ଏସ ସଂସ୍ଥାର ମିଳିତ ସହଯୋଗରେ ଏକ ସଚେତନତା ରଥ ଜିଲ୍ଲା କାର୍ଯ୍ୟ।ଳୟରୁ ବାହାରିଛି ।

ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଓ ଉପଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲି ମିଳିତ ଭାବରେ ପତାକା ଦେଖାଇ ଏହି ସଚେତନତା ରଥ ପରିକ୍ରମା କାର୍ଯ୍ୟକୁ ଆରମ୍ଭ କରିଛନ୍ତି । ଏହି ସଚେତନତା ରଥ ଟି ଜିଲ୍ଲାର ଦଶ ଗୋଟି ବ୍ଲକର ସମସ୍ତ ଗ୍ରାମରେ ସ୍ତନ୍ୟପାନର ଉପକାରିତା ଉପରେ ବାର୍ତ୍ତା ପ୍ରଚାର କରିବ ବୋଲି ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ମତବ୍ୟକ୍ତ କରିଛନ୍ତି ।

ଜିଲ୍ଲା କାର୍ଯ୍ୟ।ଳୟର ହୋଇଥିବା ଏହି ସଚେତନତା ରଥର ଉଦଘାଟନୀ ସମାରୋହରେ ସହାୟକ ସମାଜ କଲ୍ଯାଣ ଅଧିକାରୀ ନରହରି ସିଂ , ଖଣ୍ଡିୟ ବନ ଅଧିକାରୀ ମଗର ଧନଜି ରାଓସ , କ୍ରିଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ ,ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଶିଶୁସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ , ଆକ୍ସନଏଡ ସଂସ୍ଥାର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ , ତ୍ରିପତି ବାଲାଜି ସାହୁ , ସସ୍ମିତା ମହାନ୍ତି , ବିଶ୍ଵଜିତ ମହାନ୍ତି , ସୁକାନ୍ତ ପାତ୍ର , ତୃପ୍ତି ମହାପାତ୍ର , ପ୍ରଜ୍ଞା ଲିଷ୍ପା ସ୍ଵାଇଁ , ସୁଜିତ କୁମାର ସୁନା ,ଯୋସ୍ନ।ରାଣୀ ଚୌଧୁରୀ , ବନ୍ଧନା ଖାକା , କୁସୁମିତା ଦୀପ, ମାନସ ରଞ୍ଜନ କଟା ଓ ଅନ୍ୟଅଧିକାର ମାନେ ଉପସ୍ଥିତ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles