ଗଞ୍ଜେଇ ଚୋରା ଚାଲାଣ ର ପେଣ୍ଠସ୍ଥଳୀ ପାଲଟିଛି କଣ୍ଟାମାଳ ବ୍ଲକ : କାର ସହ ତିନି ଗିରଫ

0
118
ଗଞ୍ଜେଇ ଚୋରା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୪/୦୬) : ଗଞ୍ଜେଇ ଚୋରା ଚାଲାଣ ର ପେଣ୍ଠସ୍ଥଳୀ ପାଲଟିଛି କଣ୍ଟାମାଳ ବ୍ଲକ l କଣ୍ଟାମାଲ ଥାନା ତିଲକାମାଲ ଛକ ରୁ ୩୦ କେ.ଜି. ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ତିନି ଜଣ ଚୋରା ଗଞ୍ଜେଇ ବେପାରୀ ଙ୍କୁ ପୋଲିସ ଗିରଫ କରିଛି l

ଏହି କାରବାରରେ ବ୍ୟବହୃତ ଧଳା ରଙ୍ଗର କାର ନମ୍ବର (CG 04KH 0999), ଦୁଇଟି ମୋବାଇଲ କୁ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଛତିଶଗଡ଼ ରାଜ୍ୟ ରାୟପୁର ଜିଲ୍ଲା ଗୁଡ଼ିଆରୀ ଥାନା ଅଞ୍ଚଳ ର ଅମିତ ରାହୁଲକର (୩୦), ରାମୁ ସାହୁ (୨୨) ଓ ଅଭିଷେକ ସୋନି (୨୩) କୁ ଗିରଫ କରାଯାଇଛି l ଏହି ଗଞ୍ଜେଇ ଚୋରା କଣ୍ଟାମାଲ ଥାନା ଅଞ୍ଚଳରୁ ଛତିଶଗଡ଼ ରାଜ୍ୟ ରାୟପୁର ଜିଲ୍ଲାକୁ ଚାଲାଣ ହେଉଥିଲା l

ଏ ନେଇ ଘଣ୍ଟାପଡା ଫାଣ୍ଡି ର ଏସ ଆଇ ଗଣନାଥ ଥନାପତି କଣ୍ଟାମାଲ ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି l କଣ୍ଟାମାଲ ପି ଏସ କେ୍ସ ନମ୍ବର ୭୦ ତା.୦୩/୦୬/୨୨ U/S 20 (b), ( ii) ଏନଡି ପି ଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିବା କଣ୍ଟାମାଳ ଥାନା ଦାୟିତ୍ୱ ରେ ଥିବା ଡି ଏସ ପି ତପସ୍ୱିନୀ କଅଁର ସୂଚନା ଦେଇଛନ୍ତି l