ବିଜେଡି ଦଳର ଜୋନ ସ୍ତରୀୟ ସାଙ୍ଗଠନିକ ବୈଠକରେ ଯୋଗ ଦେଲେ ମନ୍ତ୍ରୀ ପଦ୍ମିନୀ ଦିଆନ

0
295

ରିପୋର୍ଟ : ଏନ. ସନ୍ତୋଷ କୁମାର //
କୋରାପୁଟ,ବୈପାରୀଗୁଡା,(୦୫/୦୮): ବିଜେଡି ଦଳର ଜୋନ ସ୍ତରୀୟ ସାଙ୍ଗଠନିକ ବୈଠକରେ ଯୋଗ ଦେଲେ ମନ୍ତ୍ରୀ ପଦ୍ମିନୀ ଦିଆନ l

ଆଜି ସକାଳେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ଠାରେ ବିଜେଡି ଦଳର ବ୍ଲକ ଆବାହକ ହେମନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଆୟାଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ତଥା କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ ଯୋଗ ଦେଇ ଦଳକୁ କିପରି ଅଧିକ ମଜବୁତ କରାଯlଇପାରିବ ସେ ନେଇ କର୍ମୀସମ୍ଭିଳନି ରେ କର୍ମୀ ମାନଙ୍କୁ ଆଲୋକପାତ କରିଥିଲେ ଏବଂ କଂଗ୍ରେସ ଦଳ ଛାଡି ଆସିଥିବା କର୍ମୀଙ୍କୁ ଉପଢ଼କନ ଦେଇ ସ୍ୱାଗତ କରିଥିଲେ l

ଏହି ପେରିପେକ୍ଷରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ଵର୍ଡ ଅଧ୍ୟକ୍ଷ ରଘୁରାମ ପୋଡlଲ, ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ପର୍ଯ୍ୟବେକ୍ଷକ ମଧ୍ୟରୁ ସୁର୍ଯ୍ୟ ନାରାୟଣ ରଥ , ତ୍ରିପତି ମହାନ୍ତି, ନରେନ୍ଦ୍ର ବିଷୋୟୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସରୋଜିନି କାଣ୍ଡକି ଏବଂ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରସାନ୍ତ ଗୁପ୍ତା, ଏବଂ ସଭ୍ୟା ହିରାମଣି ପୁଜାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି କର୍ମୀ ସମ୍ଭିଳନି କାର୍ଯ୍ୟକ୍ରମକୁ ବିଶ୍ୱଜିତ ନାୟକ ଏବଂ କିରଣ ସ୍ୱାଇଁ ସହ ବହୁ କର୍ମୀ ସହଯୋଗ କରିଥିଲେ l