ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀ ମୃତ୍ୟୁ

0
130
ବାଇକ ଧକ୍କାରେ ଜଣେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୭/୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଙ୍ଗିଯୁବା ଛକ ଠାରେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ ହୋଇଛି ।WhatsApp Image 2022 06 07 at 8.41.41 PM ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀ ମୃତ୍ୟୁ

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସିଙ୍ଗିଯୁବା ଗ୍ରାମ ର ସୁଦର୍ଶନ ଭୋଇ ବୋଲି ଜଣା ପଡିଛି । ସୁଦର୍ଶନ ଜାମପାଳି ଠାରେ ଥିବା କ୍ଷୀର ସୋସଇଟି କୁ କ୍ଷୀର ଦେଇ ନିଜ ଗ୍ରାମ କୁ ଫେରୁଥିବା ସମୟରେ ବିନିକା ପଟରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ବାଇକ ଧକ୍କାରେ ଘଟଣା ସ୍ଥଳରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ରେ ଥିବା ଦୁଇ ଜଣ ଯୁବକ ଗୁରୁତର ହୋଇଥିବା ଜଣା ଯାଇଛି ।

ବାଇକ ରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ନିଆଯାଇଥିଲା । ଘଟଣା ସ୍ଥଳରେ ବିନିକା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।