ଦେଶରେ ୫ ହଜାର ଟପିଲା ଦୈନିକ କରୋନା ସଂଖ୍ୟା

0
152
ଦେଶରେ ୫ ହଜାର

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୮/୦୬) : ପୁଣି ଡରାଇଲାଣି କରୋନା ସଂକ୍ରମଣ । ଦେଶରେ ୫ ହଜାର ଟପିଲା ଦୈନିକ କରୋନା ସଂଖ୍ୟା । ୨୪ ଘଣ୍ଟାରେ ୫ ହଜାର ୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶରେ ୫ ହଜାର ଟପିଲା ଦୈନିକ କରୋନା ସଂଖ୍ୟା । ଗତକାଲି ତୁଳନାରେ ପାଖାପାଖି ୪୧ ପ୍ରତିଶତ ବୃଦ୍ଧି ହୋଇଛି । ସବୁଠୁ ଅଧିକ ମାମଲା ମହାରାଷ୍ଟ୍ରରୁ ଆସିଛି । ମହାରାଷ୍ଟ୍ରରେ ୧୮୮୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେରଳରୁ ଆସିଛି ୧୪୯୪ ମାମଲା । ଦିଲ୍ଲୀରୁ ୪୫, କର୍ଣ୍ଣାଟକରୁ ୩୪୮ ଓ ହରିୟାଣାରୁ ୨୨୭ ନୂଆ ମାମଲା ଆସିଛି ।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୪ ପ୍ରତିଶତ ମାମଲା ଏହି ରାଜ୍ୟରୁ ଆସିଛି । ମୋଟ୍ ନୂଆ ମାମଲାରୁ କେବଳ ମହାରାଷ୍ଟ୍ରରୁ ୩୫ ଦଶମିକ ୯୪ ପ୍ରତିଶତ ମାମଲା ଆସିଛି । ଗତକାଲି ତୁଳନାରେ ମହାରାଷ୍ଟ୍ରରେ ୮୦ ପ୍ରତିଶତ ମାମଲା ବଢିଛି । କେବଳ ମୁମ୍ବାଇରେ ୮୩ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ମୁମ୍ବାଇରେ ଗତକାଲି ୬୭୬ ମାମଲା ଆସିଥିବା ବେଳେ ଆଜି ଏହି ସଂଖ୍ୟା ୧୨୪୨କୁ ବୃଦ୍ଧି ପାଇଛି । ପାଖାପାଖି ୫ ମାସ ପରେ ମୁମ୍ବାଇରେ ହଜାରେ ଉପରେ ସଂକ୍ରମଣ ଆସିଛି । ଗତ ଜାନୁଆରୀ ୨୯ ତାରିଖରେ ୧୪୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।