ପବ୍‌ଜୀ ପାଇଁ ମାଁ ର ଜୀବନ ନେଲା ପୁଅ

0
136
ପବ୍‌ଜୀ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର/ଉତ୍ତର ପ୍ରଦେଶ, (୦୮/୦୬) : ପବ୍‌ଜୀ ଖେଳ ପାଇଁ ନାବାଳକ ପୁଅ ନେଲା ମାଁ ର ଜୀବନ । ପବ୍‌ଜୀ ଖେଳ ପାଇଁ ନିଜ ଜନ୍ମିତ ମାଁକୁ ଗୁଳି କରି ହତ୍ୟା କରିଛି ପୁଅ ।

ଏଭଳି ଏକ ହୃଦୟ ବିଦାରକ ଖବର ଘଟିଛି ଉତ୍ତର ପ୍ରଦେଶ ର ରାଜଧାନୀ ଲକ୍ଷ୍ନୌରେ । ମାଁ ସାଧନା ସିଂହଙ୍କୁ ଗୁଳି କରି ମାରିବା ପରେ ମାଁ ର ଶବ ସହ ତିନି ଦିନ ତିନି ରାତି ରହିଥିଲା । ସାନ ଭଉଣୀକୁ ଧମକ ଦେଇ କହିଥିଲା ଯେ ଏ ବିଷୟରେ ପୋଲିସ୍‌ କିମ୍ବା ଆଉ କାହାକୁ କହିବୁ ତତେ ବି ମାରିଦେବି ।

ମଙ୍ଗବାର ଦିନ ଶବରୁ ଦୁର୍ଗନ୍ଧ ବାହାରିବାରୁ ପାଖ ପଡୋଶୀଙ୍କ ସନ୍ଦେହ ହେବାରୁ ପୋଲିସ୍‌କୁ ସୂଚନା ଦେଲେ । ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ଶବକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ନାବାଳକ ପୁଅକୁ ପଚରା ଉଚରା କରାଯିବାରୁ ସତ୍ୟ ଜାଣିବାକୁ ପାଇଥିଲା ପୋଲିସ୍‌ । ପୋଲିସ ର ସୂଚନା ଅନୁଯାୟୀ ନାବାଳକ ପୁଅ ର ପିତା ସେନା ର ସୁବେଦାର ମେଜର ପଦର ମୁତୟନ ଅଛନ୍ତି । ବାପାଙ୍କ ବନ୍ଧୁକରୁ ଗୁଳି କରି ମାଁ କୁ ହତ୍ୟା କରିଛି ପୁଅ ।

ପୋଲିସ ର ସୂଚନା ମୁତାବକ, ଲକ୍ଷ୍ନୌର ପିଜିଆଇ ଅଞ୍ଚଳରେ ସାଧନା ସିଂ, ୧୬ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ରୁହନ୍ତି । ମା’ଙ୍କ ସହ ରହୁଥିବା ପୁଅ ଅନଲାଇନ ମୋବାଇଲ ଗେମ୍ ପବଜୀ ପ୍ରେମରେ ପୂରା ପାଗଳ । ପବଜୀ ଖେଳିବାକୁ ବାରମ୍ବାର ବାରଣ ସତ୍ତ୍ୱେ ମଧ୍ୟ ଶୁଣୁନଥିଲା ପୁଅ । ମା’ଙ୍କ ସହ ଝଗଡା କରୁଥିଲା ପବ୍‌ଜୀ ଖେଲିବା ପାଇଁ ପୁଅ । ଆଉ ବାରମ୍ବାର ମା’ଙ୍କ ଠାରୁ ଗାଳି ଶୁଣିବା ପୁଅକୁ ପସନ୍ଦ ନଥିଲା ।

ଆଉ ରବିବାର ଯେତେବେଳେ ପୁଅକୁ ପବଜୀ ଖେଳିବାକୁ ମା’ ମନା କରିଥିଲେ ସେତେବେଳେ ଏଥିରେ ଉତ୍ତ୍ୟକ୍ତ ହୋଇ ବାପାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ମାଁ ଙ୍କୁ ଗୁଳି ମାରିଥିଲେ ପୁଅ । ଖାଲି ସେତିକି ନୁହେଁ ୧୦ ହଜାର ଟଙ୍କା ଘରୁ ଚୋରି ହୋଇଥିଲା ବୋଲି ମାଆ ପୁଅକୁ ଦୋଷ ଦେଇଥିଲେ । ଆଉ ପରେ ସେହି ଟଙ୍କା ଘରୁ ମଧ୍ୟ ମିଳିଥିଲା । ଏ ସବୁ ପାଇଁ ରାଗ ରଖି ପୁଅ ମାଆକୁ ମାରିଥିବା ପୋଲିସ୍‌ କହିଛି ।