ଆଇସିସିଆର ଅଫିସ ଓଡ଼ିଶାରୁ ଉଠିଯିବ କଲିକତାକୁ !

0
124
ଆଇସିସିଆର

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୮/୦୬) : ଓଡିଶା ର ଲୋକକଳା ଓ ସଂସ୍କୃତି ର ବାହାରେ ପ୍ରଚାର ପ୍ରସାର ପାଇଁ ରହିଥିବା ଆଇସିସିଆର କାର୍ଯ୍ୟାଳୟ ଭୁବନେଶ୍ୱରରୁ କଲିକତା ଉଠାଇ ନେବାକୁ ଏହାର ନିର୍ଦ୍ଦେଶିକା ଚିଠି ଲେଖିଛନ୍ତି । ଓଡିଶା ସରକାରଙ୍କୁ ଚିଠି ଲେଖି ସେ ଜଣାଇଛନ୍ତି ଯେ, କଲିକତାରେ ଏହାର ଅଫିସ ରହିଲେ ଭଲ ହେବ ।

ଓଡିଶାରେ ଜମି ମିଳୁନାହିଁ ତେଣୁ କଲିକତାକୁ ଅଫିସ ଉଠାଇ ନିଆଯାଉ । ଏଭଳି ବିତଣ୍ଡା ଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି କାରଣ ଦର୍ଶାଇ ଚିଠି ଲେଖିଛନ୍ତି ଭୁବନେଶ୍ୱରରେ ଥିବା ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ, ଆଇସିସିଆର ର ନିର୍ଦ୍ଦେଶିକା ମୀନାକ୍ଷୀ ମିଶ୍ର । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଏହି ଚିଠି ଲେଖାଯାଇଛି ।

ଏହି ଚିଠିରେ ମୀନାକ୍ଷୀ ଲେଖିଛନ୍ତି କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଅଧିନରେ ଆସୁଥିବା ଏହି ଅଫିସକୁ କୋଲାକାତା ଉଠାଇ ନିଆଯାଉ । କାହିଁକି ଅଫିସ ଉଠାଇ ନିଆଯିବ ତାର ଏକ ରୋଚକ କାରଣ ଦର୍ଶାଇଚନ୍ତି ମୀନାକ୍ଷୀ । ସେ ଲେଖିଛନ୍ତି, ଏହି ଅଫିସ ପାଇଁ ଓଡିଶାରେ ଜମି ମିଳୁନାହିଁ ସେଥିପାଇଁ କୋଲାକାତା ଉଠିଯାଉ ।

ରାଜ୍ୟରେ ଲୋକକଳାକୁ ପ୍ରସାରିତ କରିବା, ଲୁକ୍କାୟିତ କଳାକୁ ଲୋକଲୋଚନକୁ ଆଣିବା ଓ ଦେଶ ବାହାରେ କଳା ସଂସ୍କୃତି ର ପ୍ରଚାର ପାଇଁ ଏହି ସଂସ୍ଥା ଆଇସିସିଆର କାମ କରୁଛି । ଚିଠି ସାମ୍ନାକୁ ଆସିବା ପରେ ଆମେ ନିର୍ଦ୍ଦେଶିକା ମୀନାକ୍ଷୀ ମିଶ୍ରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ।

କିନ୍ତୁ ସେ ସାମ୍ନାକୁ ଆସି ନଥିଲେ କିମ୍ବା କାହିକିିଁ ଏ ଚିଠି ଲେଖାଯାଇଛି ଏବଂ ପ୍ରକୃତରେ ଜମି କାହିଁକି ମିଳୁନାହିଁ ସେ ସମ୍ପର୍କରେ ଉତ୍ତର ଦେବା ତ ଦୂର ର କଥା ବରଂ କ୍ୟାମେରାକୁ ଏଡାଇ ଯିବାକୁ ଚେଷ୍ଟା କରିଥିଲେ । ଆଗରେ କିଛି କହିବାକୁ ମନା କରିଦେଇଥିଲେ । ଏ ସମ୍ପର୍କରେ ଆମେ ସଂସ୍କୃତି ମନ୍ତ୍ରୀଙ୍କ ସହ କଥା ହୋଇଥିଲୁ ସେ ଏ ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି କହିଥିଲେ ।