ରାମକି କମ୍ପାନୀ ର ଜନଶୁଣାଣୀକୁ ଗାଁ ଲୋକଙ୍କ ବିରୋଧ : ୩୩ ଟି ପଞ୍ଚାୟତ ର ଗୋଟେ ଜିଦ୍

0
115
ରାମକି କମ୍ପାନୀ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୧୦/୦୬) : ରାମକି କମ୍ପାନୀ ର ଜନଶୁଣାଣୀକୁ ବିରୋଧ କଲେ ସ୍ଥାନୀୟ ବାସିନ୍ଦା । ଝାରସୁଗୁଡ଼ା ଲଖନପୁର ଠାରେ ରାମକୀ କମ୍ପାନୀର ପ୍ରସ୍ତାବିତ ବର୍ଯ୍ୟବସ୍ତୁ ପରିଚାଳନା, ସଂରକ୍ଷଣ ଓ ନିଷ୍କାସନ ପ୍ଲାଣ୍ଟ ର ଜନଶୁଣାଣୀକୁ ଲଖନପୁର ବ୍ଲକ ବାସିନ୍ଦା ତୀବ୍ର ବିରୋଧ କରିଛନ୍ତି ।

ଜିଲ୍ଲା ପ୍ରଶାସନ, ପ୍ରଦୁଷଣ ବିଭାଗ ଓ ରାମକୀ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ମାନେ ବିରୋଧ କରିବା ସହ ଜନଶୁଣାଣୀକୁ ଆରମ୍ଭ ହେବାକୁ ଦେଇ ନାହାଁନ୍ତି । ରାମକି ଏନଭିରୋ ସର୍ଭିସ ପ୍ରାଇଭେଟ୍ ଲିମିଟେଡ଼ ଦ୍ୱାରା ଲଖନପୁର ବ୍ଲକ ର ଜୁନିଏନ୍ ଠାରେ ୬୪ ଏକର ଜଙ୍ଗଲ ଜମିରେ ବର୍ଜ୍ୟବସ୍ତୁ ପରିଚାଳନା ସଂରକ୍ଷଣ ଓ ନିଷ୍କାସନ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ରହିଛି ।

ଏଥିପାଇଁ ଲଖନପୁର ଖେଳ ପଡ଼ିଆରେ ଠାରେ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣୀ ହେବାକୁ ଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଲଖନପୁର ବ୍ଲକ ର ୩୩ ଟି ପାଞ୍ଚାୟତ ଲୋକେ ଏକାଠି ହୋଇ କମ୍ପାନୀ ଜନଶୁଣାଣୀକୁ ବିରୋଧ କରିଛନ୍ତିି । ପୂର୍ବରୁ ଅଗଷ୍ଟ ୨୭ ତାରିଖ ୨୦୨୧ ରେ ଜନ ଶୁଣାଣି ଆୟୋଜନ ହୋଇଥିବା ବେଳେ ଅଞ୍ଚଳବାସୀଙ୍କ ବିରୋଧ ଯୋଗୁଁ ସ୍ଥଗିତ ରଖିଥିଲା ପ୍ରଶାସନ ।