କାଶୀନଗର ଠାରେ ଓଡିଶା ର ଗଣପର୍ବ ରଜ ଉତ୍ସବ ପାଳିତ

0
164
କାଶୀନଗର ଠାରେ ଓଡିଶା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୬) : ଗଜପତି ଜିଲ୍ଲା କାଶୀନଗର ଠାରେ ଓଡିଶା ର ମହାନ ପର୍ବ ରଜ ଉତ୍ସବ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା l ସମାଜ ସେବୀ ଉର୍ମିଳା ଗୌଡ଼ଙ୍କ ସ୍ମୁତିରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟାପିକା ସୁସ୍ମିତା ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ l

କାଶୀନଗର ଠାରେ ଓଡିଶା ର ଗଣପର୍ବ ରଜ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ତହସିଲଦାର ତଥା ସ୍ଥାନୀୟ ମାଜିଷ୍ଟ୍ରେଟ ଲରିମାନ ଖର୍ସେଲ, ସମ୍ମାନୀତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ, ଡାକ୍ତର ଲିପିଲେଖା ସ୍ୱାଇଁ ଓ ଉତ୍କଳ ବିୟୁଟି ଅଭିନେତ୍ରୀ ସୌମ୍ୟା ପ୍ରଧାନ ମୁଖ୍ୟ ଆକର୍ଷଣ ଥିଲେ l ରଜଗୀତ, ନୃତ୍ୟ, ପିଠା ତିଆରି, ଝୋଟ ଆଦି ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା l

ଜିଲ୍ଲାର ଗୋ ସମ୍ପଦ ର ସୁଫଳ ଚିକିତ୍ସା ନିମନ୍ତେ ରାଜ୍ୟ ପୁରସ୍କୁତ ଡାକ୍ତର ଲିପି ଲେଖା ସ୍ୱାଇଁ ଓ ପୋଷଣ ଖାଦ୍ୟ ପ୍ରସ୍ତୁତିରେ ନିପୁଣତା ନିମନ୍ତେ ବିନିତା ସାହୁ ଙ୍କୁ ସମ୍ମାନୀତ କରାଯଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବୋହୁ ମହିଳା, ସମାଜ ସେବିକା, ଶିଶୁ ଵିକାଶ ଯୋଜନା କର୍ମୀ ମାନେ ଭାଗ ନେଇଥିଲେ l ଆୟୋଜକ ହୃଷିକେଶ ଗୌଡ଼ ସମସ୍ତଙ୍କୁ ସ୍ୱାଗତ ଅର୍ପଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l