ଆମ୍ବଝରୀ ଖଜୁରୀପଡା ଶିବ ମନ୍ଦିରରେ ରଜ ସଂକ୍ରାନ୍ତି ପାଳନ

0
200
ଆମ୍ବଝରୀ ଖଜୁରୀପଡା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, ତା (୧୫/୦୬) : ବୌଦ୍ଧ ସଦର ବ୍ଲକ ଆମ୍ବଝରୀ ଖଜୁରୀପଡା ଶିବ ମନ୍ଦିରରେ ପ୍ରତ୍ୟେକ ବର୍ଷ ଭଳି ପବିତ୍ର ରଜ ସଂକ୍ରାନ୍ତି ଉତ୍ସବ ପାଳନ ହୋଇଯାଇଛି l

ସକାଳ ୮ ଘଣ୍ଟା ସମୟରେ ଶୁଭ କଳସ ସ୍ଥାପନ ପାଇଁ ଆମ୍ବଝରୀ ଖଜୁରୀପଡା ଶିବ ମନ୍ଦିରରେ ପୂଜାର୍ଚନା କରାଯାଇଥିଲା l ପୂଜାରେ କର୍ତ୍ତା ଭାବେ ସପତ୍ନୀକ କୃତ୍ତିବାସ ପଲିଆ ଓ କୃଷ୍ଣ୍ଷାଜିନି ପଲିଆ ତୁଲାଇଥିବା ବେଳେ ପୂଜକ ଭାବେ ରାମଚନ୍ଦ୍ର ପଣ୍ଡା, ମନ୍ଦିର ପୂଜକ ଭୁଲୁ ବଡ଼ମାଳି ତୁଲାଇ ଥିଲେ l ମନ୍ଦିର କମିଟି ପ୍ରତିଷ୍ଠାତା ସଦସ୍ୟ ବାମନ ଦେହୁରୀ, କଇରା ଜାଲ, ତ୍ରିପୁର ଝାଙ୍କର, ଅକ୍ରୁର ଝାଙ୍କର, କ୍ଷୀରାର୍ଣ୍ଣବ କର୍ଣ୍ଣ, ମନ୍ଦିର କମିଟୀ ସଭାପତି ପ୍ରେମାନନ୍ଦ ସାହୁ ଓ ସମ୍ପାଦକ ଅକ୍ଷୟ କର୍ଣ୍ଣଙ୍କ ତତ୍ୱାବଧାନରେ ପ୍ରତ୍ୟେକ ସଂକ୍ରାନ୍ତି, ଶିବ ରାତ୍ରୀ, ମକର ଯାତ୍ରା ପାଳନ ହେଉଅଛି l

ଅଞ୍ଚଳ ର ଜନସାଧାରଣଙ୍କ ଏକ ପ୍ରମୁଖ ଉପାସନାସ୍ଥଳ ଭାବରେ ପ୍ରତିଷ୍ଠିତ ଅଟେ l ମନ୍ଦିର ପରିସରରେ ପାର୍ଶ୍ୱ ଦେବାଦେବୀ ମନ୍ଦିର ଶୋଭା ପାଉଥିଲା ବେଳେ ଗ୍ରାମ ର ଗୌନ୍ତିଆ ସ୍ୱର୍ଗତ ଚକ୍ରଧର ଝଙ୍କାରଙ୍କ ଉଦ୍ୟମରେ ବିଭିନ୍ନ ଫଳ ଓ ପୁଷ୍ପ ବୃକ୍ଷରାଜି ଶୋଭା ପାଉଛି l ଅଞ୍ଚଳ ର ଜନସାଧାରଣଙ୍କ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ପଞ୍ଚାୟତ ତରଫରୁ ଏକ କଲ୍ୟାଣ ମଣ୍ଡପ ନିର୍ମାଣାଧୀନ ଥିବାବେଳେ l

ଏଠାରେ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା, ଆଲୋକୀକରଣ ଓ ପାଚେରୀ ନିର୍ମାଣ ଜନସାଧାରଣଙ୍କ ଦାବୀ ହେଉଛି l ଏହି କାର୍ଯ୍ୟକ୍ରମକୁ ସାକାର ନିମନ୍ତେ ଯତୀନଦାସ ପଲିଆ, କ୍ଷେତ୍ର ଗାଈଗୋରିଆ, ସପ୍ତେ ଝଙ୍କାର, ଅଭି ଝାଙ୍କର, ସନାତନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l