ମହଙ୍ଗା ହେବ ବିମାନ ଯାତ୍ରା : ଭଡ଼ା ବଢ଼ାଇବ ସ୍ପାଇସଜେଟ୍‌

0
133
ମହଙ୍ଗା ହେବ

ରିପୋର୍ଟ : ରାମନାଥ ଗନ୍ତାୟତ
ନୂଆଦିଲ୍ଲୀ, (୧୭/୦୬) : ଆହୁରି ମହଙ୍ଗା ହେବ ବିମାନ ଯାତ୍ରା । ବଢ଼ିବ ବିମାନ ଭଡ଼ା । ବିମାନ କମ୍ପାନୀ ସ୍ପାଇସଜେଟ୍‌ ପକ୍ଷରୁ ୧୦ ରୁ ୧୫ ପ୍ରତିଶତ ବିମାନ ଭଡ଼ା ବୃଦ୍ଧି ପାଇଁ ବିଚାର କରୁଛି ।

ମହଙ୍ଗା ହେବ ବିମାନ ଯାତ୍ରା । ଫ୍ୟୁଏଲ ପ୍ରାଇସ ବୃଦ୍ଧି କରାଯାଇଥିବାରୁ ବିମାନ ଟିକେଟ ମୂଲ୍ୟ ବୃଦ୍ଧି ଜରୁରୀ ଥିବା କୁହାଯାଇଛି । ସ୍ପାଇସ ଜେଟ ର ଅଧ୍ୟକ୍ଷ ଅଜୟ ସିଂହ କହିଛନ୍ତି ଯେ, ଆମେରିକା ଡଲାର ତୁଳନାରେ ଭାରତୀୟ ଟଙ୍କା ଲଗାତାର ଦୁର୍ବଳ ହେଉଛି । ଏହାର ପ୍ରଭାବ ବିମାନ ଏୟାରଲାନ୍ସ ଉପରେ ପକାଇଛି । ଯେହେତୁ ଡଲାର ର ମୂଲ୍ୟ ବୃଦ୍ଧି ହେଉଛି ତେଣୁ ଫ୍ୟୁଏଲ ପ୍ରାଇସ ମଧ୍ୟ ବୃଦ୍ଧି ପାଉଛି । ତେଣୁ ବିମାନ ଭଡ଼ା ବୃଦ୍ଧି ଜରୁରୀ ହୋଇପଡ଼ିଥିବା ସେ କହିଛନ୍ତି ।

୨୦୨୧ ଜୁନ ଠାରୁ ୧୨ ପ୍ରତିଶତ ଆଭିଏସନ୍ କ୍ଷେତ୍ରରେ ଫ୍ୟୁଏଲ ପ୍ରାଇସ ୧୨୦ ପ୍ରତିଶତ ବୃଦ୍ଧି ପାଇଛି । ଯାହା ଫଳରେ ପୂର୍ବରୁ ନିର୍ଦ୍ଧାରିତ ଥିବା ଭଡ଼ାରେ ବିମାନ ସେବା ଯୋଗେଇବା କାଠିକର ପାଠ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଏଟିଏଫ ଟ୍ୟାକ୍ସ ହ୍ରାସ କଲେ ଯାତ୍ରୀମାନେ ଉପକୃତ ପାରନ୍ତେ ।

ଅର୍ଥାତ ବିମାନ ଭଡ଼ା ବୃଦ୍ଧି ପାଆନ୍ତା ନାହିଁ ବୋଲି ସ୍ପାଇସଜେଟ୍ ବୋଲି କୁହାଯାଉଛି । ଫ୍ୟୁଏଲ ପ୍ରାଇସ୍‌ ବୃଦ୍ଧିର ଭାର ଆମେ ଗତ କିଛି ମାସ ହେଲା ସମ୍ଭାଳି ଆସୁଥିଲୁ । ଫଳରେ ଆମେ ବ୍ୟାପକ କ୍ଷତି ସହୁଥିଲୁ । ତେଣୁ ଏବେ ଆମେ ବାଧ୍ୟ ହୋଇ ବିମାନ ଭଡ଼ା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଅଜୟ ସିଂହ କହିଛନ୍ତି ।