ଉଗ୍ର ପ୍ରଦର୍ଶନ ରୁ ନିବୃତ୍ତ ରହିବାକୁ ନିବେଦନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

0
143
ଉଗ୍ର

ରିପୋର୍ଟ : ଦେବଦତ୍ତ ରଥ
ନୂଆଦିଲ୍ଲୀ, (୧୯/୦୬) : ଅଗ୍ନିପଥ ଯୋଜନା କୁ ନେଇ ଦେଶବ୍ୟାପୀ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଅନେକ ସ୍ଥାନରେ ବିକ୍ଷୋଭ ଉଗ୍ର ପ୍ରଦର୍ଶନ ତଥା ହିଂସାକାଣ୍ଡ ର ରୂପ ନେଉଛି ।

ଧନ, ଜୀବନ ମଧ୍ୟ ନଷ୍ଟ ହେବାର ଦେଖା ଯାଉଛି । ରେଳବାଇ ଉପରେ ମଧ୍ୟ ଏହି ଉଗ୍ର ହିଂସାକାଣ୍ଡ ର ପ୍ରଭାବ ପଡ଼ୁଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ କହିଛନ୍ତି, ରେଳବାଇ ରାଷ୍ଟ୍ର ର ସମ୍ପତ୍ତି, ଆପଣଙ୍କ ସମ୍ପତ୍ତି । ଏହା ଉପରେ କୌଣସି ପ୍ରକାର କ୍ଷତି ପହଞ୍ଚାନ୍ତୁ ନାହିଁ । ସରକାର ଆପଣଙ୍କ କଥାକୁ ସମ୍ବେଦନଶୀଳତା ର ସହ ଶୁଣୁଛନ୍ତି । ପ୍ରସଙ୍ଗ ଉପରେ ଆଲୋଚନା କରିବା ଉଚିତ୍ । ଏହାସହ ଏହିପରି ରେଳ ସମ୍ପତ୍ତି କୁ କ୍ଷତି ପହଞ୍ଚାଇବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।