Friday, March 29, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହିତ ସେବା ସମବାୟ ସମିତି ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୯/୦୬) : ବୌଦ୍ଧ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହିତ ସମବାୟ ନିର୍ବାଚନ ଜାରି ରହିଛି । ଜିଲ୍ଲା ର ତିନୋଟି ବ୍ଲକରେ ସମବାୟ ସମିତି ର ନିର୍ଦ୍ଦେଶକ ପଦ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଜାରି ।

ବୌଦ୍ଧ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହିତ ସେବା ସମବାୟ ସମିତି ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବ୍ଲକର ୨ ଟି, ହରଭଙ୍ଗା ବ୍ଲକର ୫ ଟି ଓ କଣ୍ଟାମାଳ ବ୍ଲକର ୩ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟର । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୧ ଟି ସମବାୟ ସମିତି ୧୫ ଟି ଲେଖାଏଁ ନିର୍ଦ୍ଦେଶକ ପଦ ପାଇଁ ଆଜି ନିର୍ବାଚନ ହେବା କଥା ମାତ୍ର ୧୧ ସମିତି ର ସମସ୍ତ ନିର୍ଦ୍ଦେଶକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବାରୁ ଆଜି କେବଳ ୧୦ ସମବାୟ ସମିତିରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ସେଥି ମଧ୍ୟରୁ ହରଭଙ୍ଗା ବ୍ଲକର ସରସରା, ସଂକୁଲୋଇ, ପୁରୁଣାକଟକ, ଆଡେଣି ଗଡ଼, କୁସଙ୍ଗ ସମବାୟ ସମିତିରେ ମତଦାନ ହେଉଥିବା ବେଳେ ୧୧ ସମିତି ର ସଭାପତି ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।

Popular Articles