ରାୟଗଡା ଜିଲ୍ଲାପାଳ ଙ୍କ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା

0
369

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
ରାୟଗଡା,କଲ୍ୟାଣସିଂହପୁର,ତା(୬/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କୁ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ । ପ୍ରଥମେ ପାର୍ସାଲି ପଞ୍ଚାୟତ ର ବୁଡୁଣି ଡଙ୍ଗରିଆ ଗାଁକୁ ଗସ୍ତ କରି ଡଙ୍ଗରିଆଙ୍କ ଘରବୁଲି ଦେଖିବା ସହ ପରିମଳ ବ୍ୟବସ୍ଥା ଦେଖିଥିଲେ ।

ରାୟଗଡା ଜିଲ୍ଲାପାଳ ମହିଳା ଗ୍ରୁପ ମାନଙ୍କ ସହିତ ସାକ୍ଷାତ କରି ସରକାରୀ ସୁବିଧା, ଗ୍ରୁପ ଋଣ ଆଣି ଟଙ୍କା କୁ କେଉଁ ବାଵଦ ରେ ଖର୍ଚ୍ଚ କରୁଚ, କଣ ଲାଭ କ୍ଷତି ପାଉଚ ସେବିଷୟରେ ପଚାରି ବୁଝିଥିଲେ । ଅଙ୍ଗନବାଡି ତରଫରୁ ଅଣ୍ଡା, ଛତୁଆ ପ୍ରତି ମାସରେ ପାଉଛକି ନାହିଁ ବୋଲି ପଚାରି ବୁଝିଥିଲେ । କୋଭିଡ ଟୀକା ନେଇଛନ୍ତିକି ନାହିଁ ପଚାରି ବୁଝିବା ସହ ଟୀକା ନେବା ପାଇଁ କହିଥିଲେ ।e465bbb5 3667 4907 ac1b 1b66b0acd00a ରାୟଗଡା ଜିଲ୍ଲାପାଳ ଙ୍କ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା

ନିୟମଗିରି ପାହାଡର କିଛି ଗାଁରେ ପାନୀୟ ଜଳ ଓ ରାସ୍ତାଘାଟ ସମସ୍ୟା ବିଷୟରେ ଗ୍ରାମବାସୀ ଅଭିଯୋଗ କରିଥିଲେ । ଆଦିବାସୀ ବିକାଶ ବିଭାଗ, ଡଙ୍ଗରିଆ କନ୍ଦ ଉନ୍ନୟନ ସଂସ୍ଥା ପାର୍ଶାଲି ମିଳିତରେ ରାୟଗଡା ର ଏଲ ଭି ପ୍ରସାଦ ନେତ୍ର ଚିକିତ୍ସାଳୟରୁ ଏକ ଦଳ ଆସି ସମସ୍ତ ଡଙ୍ଗରିଆଙ୍କ ଆଖି ପରୀକ୍ଷା ପାଇଁ ଶୁଭାରମ୍ଭ କରିଥିଲେ । ଦିନକୁ ୧୦୦ଜଣ ଡଙ୍ଗରିଆଙ୍କ ଆଖି ପରୀକ୍ଷା କରିବାପାଇଁ କହିଥିଲେ । ଯେଉଁ ଡଙ୍ଗରିଆଙ୍କ ଆଖିରେ ମୋତିଆ ବିନ୍ଦୁ ଦେଖାଯିବ ତାଙ୍କର ଆଖି ଅପରସନ କରାଯିବ ଓ ଯାହାର ଆଖି ଝାପସା ଦେଖା ଯିବ ତାକୁ ଚଷମା ଯୋଗାଇ ଦିଆଯିବ ବୋଲି ଜିଲାପାଳ କହିଛନ୍ତି ।ଏସବୁ ମାଗଣା ରେ କରାଯିବ । ଏହାପରେ ସିଙ୍ଗାରି ପଞ୍ଚାୟତର ବରୀଗୁଡା ଗାଁକୁ ଯାଇ ମହିଳା ଗ୍ରୁପ ସହିତ ଆଲୋଚନା କରିଥିଲେ । ଏହି ଗ୍ରୁପକୁ ଓ ଏଲ ମ,ଓରମାସ,ହର୍ଷା ଷ୍ଟ୍ରଟ,ପିଆଟିଡିଏ ର ଜୀବିକା ମିଶନ ମିଳିତରେ ୧୫ଏକର ଜମିରେ ମରିଚ ଚାଷ କରିବା ପାଇଁ ଦେଇଥିଲେ।ତାହା ପରିଦର୍ଶନ କରିଥିଲେ ।ଅଙ୍ଗନବାଡି ତରଫରୁ ଅଣ୍ଡା,ଛତୁଆ ବିଷୟରେ ପଚାରି ବାରୁ ଗ୍ରାମବାସୀ କହିଥିଲେ । ମାସ ମାସକୁ ଦେଉନାହାନ୍ତି । ତିନି ମାସକୁ ଥରେ ଦେଉଥିବା ଅଭିଯୋଗ କରିଥିଲେ ।5c876a16 1a8d 4985 90f8 c2546820f971 ରାୟଗଡା ଜିଲ୍ଲାପାଳ ଙ୍କ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା

ଏଠାରେ ପାଣି ସମସ୍ୟା କହିଥିଲେ । ଏହାପରେ କରଞ୍ଜ। ଗାଁ କୁଯାଇ ଅଙ୍ଗନବାଡି ଦିଦି କୁ ସମସ୍ୟା ବିଷୟରେ କହିଥିଲେ । ସେ ପ୍ରତି ମାସରେ ଅଣ୍ଡା, ଛତୁଆ ଦେଉଛି ,ମୋ ନାମରେ ମିଛ ଅଭିଯୋଗ କରୁଛନ୍ତି କହିଥିଲେ ।ଏହାକୁ ନେଇ ବିଡ଼ିଓ ତଦନ୍ତକରି ରିପାଟ ଦେବାପାଇଁ କହିଥିଲେ । କରଞ୍ଜ। ଗାଁ ର ଚାଷ ଦେଖିବା ପରେ ଗ୍ରାମବାସୀ ମୁଣ୍ଡା ଭାଙ୍ଗିଥିବାବିଷୟରେ ଜିଲାପାଳଙ୍କୁ କହିଥିଲେ ।ଏହା କେଉଁ ସଂ ସ୍ଥା ଦ୍ୱାରା କରାଯାଇଛି ତାହା ବୁଝିବା ପରେ କରାଯିବ କହିଥିଲେ ।

ଜିଲାପାଳ ଙ୍କ ଗସ୍ତ ସମୟରେ ଜିଲା ପ୍ରକଳ୍ପ ପରିଚାଳକ ଓଡ଼ିଶାର ଜୀବିକା ମିଶନର ହେମନ୍ତ ବାଗ, ପ୍ରକଳ୍ପ ନିର୍ଦେଶକ ଟୁକୁ ବାରିକ, ଡଙ୍ଗରିଆ କନ୍ଦ ଉନ୍ନୟନ ବିଭାଗ ର ସ୍ୱତନ୍ତ୍ର ଅଧିକାରୀ ମଦନ ମୋହନ ଦଳବେହେରା, ବିଡ଼ିଓ ସୁଧାକର ରହିତ, ଓଡିଶା ଜୀବିକା ମିଶନର ବ୍ଲକ ଅଧିକାରୀ କଳ୍ପତରୁ ବେହେରା ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ।