ଓଡ଼ିଆ ପ୍ରବାସୀ ଦାଦନ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

0
126
ଓଡ଼ିଆ ପ୍ରବାସୀ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୯/୦୬) : ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଦୁଇ ଜଣ ଓଡ଼ିଆ ପ୍ରବାସୀ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ନିଜ ଗ୍ରାମରେ ଉଭୟଙ୍କ ଶବ ପହଞ୍ଚିଛି ।

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିରାଡ଼ ଗ୍ରାମ ର ଅନଙ୍ଗ ପ୍ରଧାନ, ବଘୁଆକଟା ଗ୍ରାମ ର ଜୟ ଭୋକ୍ତା ଓ ବୌଦ୍ଧ ଥାନା ବରଝୁଲି ଗ୍ରାମ ର ସାନନ୍ଦ ଭୋଇ ତାମିଲନାଡୁ ର ତାମ୍ବରମ ଅଞ୍ଚଳ ର ଏକ ଘରୋଇ ମାର୍ବଲ କମ୍ପାନୀରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଏକ ମିନିଟ୍ରକରେ କୌଣସି ଏକ ସ୍ଥାନକୁ ମାର୍ବଲ ଛାଡିବାକୁ ଯାଉଥିବା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ମୃତ୍ୟୁ ହୋଇଥିଲା । ଏଥିରେ ଓଡ଼ିଆ ପ୍ରବାସୀ ଦାଦନ ଶ୍ରମିକ ଅନଙ୍ଗ ପ୍ରଧାନ ଓ ଜୟ ଭୋକ୍ତା ମୃତ୍ୟୁ ହୋଇଛି ।

ଘଟଣା ଜଣାପଡିବା ପରେ କମ୍ପାନୀ ପକ୍ଷରୁ ଆଜି ୩ ଦିନ ପରେ ପରିବାର ଲୋକଙ୍କୁ ଯୋଗାଯୋଗ କରି ଉଭୟଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ଓଡିଶା ପଠାଯାଇଥିଲା । ଆଜି ଜିରାଡ଼ ଗ୍ରାମରେ ଅନଙ୍ଗଙ୍କ ମୃତ ଦେହ ପହଞ୍ଚି ଶବ ସତ୍କାର ହୋଇଥିବା ବେଳେ ବଘୁଆକଟା ଗ୍ରାମରେ ମଧ୍ୟ ଜୟ ଭୋକ୍ତାଙ୍କ ମୃତ ଦେହ ପହଞ୍ଚିଥିବା ସହିତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଜୟଙ୍କ ପରିବାର ପକ୍ଷରୁ ଦଲାଲ ସୁଶାନ୍ତ ପ୍ରଧାନଙ୍କ ଘର ସମ୍ମୁଖରେ ଶବ ରଖି ଧାରଣ ଦିଆଯାଇଛି । ତେବେ ଦଲାଲ ୧୫ ଲକ୍ଷ ଟଙ୍କା କ୍ଷତି ପୁରଣ ନଦେବା ଯାଏଁ ଶବ ଉଠିବ ନାହିଁ ବୋଲି ପରିବାର ଲୋକେ ଚେତବନୀ ଦେଇଛନ୍ତି ।