ଗ୍ଳାସିୟର ପଂଏଣ୍ଟରେ ମୃତ୍ୟୁ ମୁଖରୁ ୪ ପର୍ଯ୍ୟଟକଙ୍କୁ ଉଦ୍ଧାରିଲେ ୨ ଜଣ ଓଡିଆ ଝିଅ

0
489
ଗ୍ଳାସିୟର ପଂଏଣ୍ଟରେ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୨୦/୦୬) : ହିମାଚଳ ପ୍ରଦେଶ ର ରୋହତାଙ୍ଗପାସ ପର୍ଯ୍ୟଟନ ସ୍ଥଳୀ ର ଗ୍ଳାସିୟର ପଂଏଣ୍ଟରେ ପର୍ଯ୍ୟଟକଙ୍କୁ ମୃତ୍ୟୁ ମୁଖରୁ ବଚାଂଇ ସାହାସାକିତାର ପରିଚୟ ଦେଇଛନ୍ତି ୨ ଜଣ ଓଡିଆ ଝିଅ । ନିଜ ଜୀବନକୁ ବାଜି ଲଗାଇ ବରଫରେ ଫସି ରହିଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି ଆକାକ୍ଷାଂ ସାହୁ ଓ ଆୟୁସୀ ସାହୁ ।394b7d85 7557 4a97 bdc8 fe9f2ee76c6f ଗ୍ଳାସିୟର ପଂଏଣ୍ଟରେ ମୃତ୍ୟୁ ମୁଖରୁ ୪ ପର୍ଯ୍ୟଟକଙ୍କୁ ଉଦ୍ଧାରିଲେ ୨ ଜଣ ଓଡିଆ ଝିଅ

ଆକାକ୍ଷାଂ ଓ ଆୟୁସୀଙ୍କ ଏହି ଉଦ୍ୟମ ଓ ସାହାସିକତାକୁ ପର୍ଯ୍ୟଟକଙ୍କ ପରିବାର ପ୍ରସଶାଂ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାୟଗଡା ସହର ର ରିଙ୍ଗରୋଡରେ ନିଜ ପରିବାର ସହ ବାସ କରନ୍ତି ଆକାକ୍ଷାଂ । କିଛି ଦିନ ତଳେ ସେ ନିଜ ପରିବାର ସହ ପାରଳାଖେମୁଣ୍ଡିରେ ରହୁଥିବା ସଂପର୍କୀୟ ଭଉଣୀ ଆୟୁସୀ ସହ ମିଶି ରୋହତାଙ୍ଗପାସ୍ ବୁଲିବାକୁ ଯାଇଥିଲେ । ଗତ ଶୁକ୍ରବାର ସକାଳେ ସମସ୍ତେ ରୋହତାଙ୍ଗପାସ ର ଗ୍ଳାସିୟର ପଂଏଣ୍ଟରେ ବରଫାଛନ୍ନ ପାହାଡ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ବେଳେ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ପରେ ତାପମାତ୍ରା ହ୍ରାସ ପାଇ ୮ ଡିଗ୍ରିରେ ପହଚିଂଥିଲା । ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଗ୍ଲାସିୟର ପଏଟଂରେ ଉପସ୍ଥିତ ଥିବା ବେଳେ ପ୍ରତିକୂଳ ପାଗ ପ୍ରଭାବରେ ବରଫ ତରଳିବାରେ ଲାଗିଥିଲା ।

87f527e5 c94c 4a8e abd6 0d8b2185f631 ଗ୍ଳାସିୟର ପଂଏଣ୍ଟରେ ମୃତ୍ୟୁ ମୁଖରୁ ୪ ପର୍ଯ୍ୟଟକଙ୍କୁ ଉଦ୍ଧାରିଲେ ୨ ଜଣ ଓଡିଆ ଝିଅପୂରା ପାହାଡ ବରଫାବୃତ ହୋଇ ରହିଥିବାରୁ ବରଫ ତରଳିବା ଆରମ୍ଭ ହେବା ପରେ ପର୍ଯ୍ୟଟକ ଭୟଭିତ ହୋଇ ପଡିଥିଲେ । କିଛି ସ୍ଥାନର ବଡ ବଡ ବରଫ ଖଣ୍ଡ ଧସି ତଳେ ପଡିବା ପରେ ପର୍ଯ୍ୟଟକ ମାନେ ତଳକୁ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ । ତରବରିଆ ଭାବେ ତଳକୁ ଓହ୍ଲାଉଥିବା ସମୟରେ କିଛି ପର୍ଯ୍ୟଟକ ଖସି ପଡି ଆହାତ ହୋଇଥିଲେ । ଏହି ସମୟରେ ଗୋଟିଏ ବିରାଟ ବରଫ ଖଣ୍ଡ ଧସିବା ଯୋଗୁଁ ବହୁ ପର୍ଯ୍ୟଟକ ତଳକୁ କଚାଡି ହୋଇ ପଡି ଯାଇଥିଲେ ।

ଆକାକ୍ଷାଂ ଏବଂ ତାଙ୍କ ପରିବାର ର ସମସ୍ତେ ଅଘଟଣରୁ ବର୍ତି ତଳକୁ ଓହ୍ଲାଇ ଆସିବାରେ ସକ୍ଷମ ହୋଇଥିଲେ । ତେବେ ଆଖପାଖରେ ଥିବା ରାଜସ୍ଥାନର ଦୁଇ ମହିଳା ପର୍ଯ୍ୟଟକ ସେମାନଙ୍କ ଦୁଇ ଶିଶୁଙ୍କ ସହ ଉପରେ ଫସି ରହିଯାଇଥିଲେ । ବରଫ ଖଣ୍ଡ ଧସୁଥିବା ଯୋଗୁଁ ଓହ୍ଲାଇବାକୁ ସାହାସ କରିପାରୁ ନଥିଲେ । ଫସିଥିବା ପର୍ଯ୍ୟଟକ ଭୟଭୀତ ଅବସ୍ଥାରେ ଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆକାକ୍ଷାଂ ଓ ସଂପର୍କୀୟ ଭଉଣୀ ଆୟୁଷି ପାହାଡ ଉପରକୁ ସାହାସର ସହ ଚଡି ଯାଇଥିଲେ । ପ୍ରଥମେ ଦୁଇ ଶିଶୁଙ୍କୁ ଧରି ଉଭୟ ତଳକୁ ଓହ୍ଲାଇବା ପରେ ଫସି ରହିଥିବା ମହିଳା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇବାରେ ସକ୍ଷମ ହୋଇଥିଲେ ।

ପ୍ରବଳ ବରଫାପାତ ଓ ଥଣ୍ଡା ଯୋଗୁଁ ଦୁଇ ଶିଶୁଙ୍କ ମୁହଁ ଫୁଲି ଯାଇଥିଲା । ମହିଳା ପର୍ଯ୍ୟଟକ ଫସି ରହିଥିବା ସ୍ଥାନରେ ଥଣ୍ଡା ଓ ବରଫ ମାଡ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସମୟରେ ଓଡିଆ ଝିଅ ଦେବଦୂତ ହୋଇ ତାଙ୍କୁ ଉଦ୍ଧାର କରିଥିବାରୁ ଚାରିଆଡୁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି ।